ଏହି ଷ୍ଟାର କପଲ ବହୁ ଦିନରୁ ଦୁହେଁ ଦୁହିଁଙ୍କୁ ଡେଟ କରୁଥିଲେ। ଫ୍ୟାନମାନେ ମଧ୍ୟ ଦୁହିଁଙ୍କ ଯୋଡ଼ିକୁ ଖୁବ ପସନ୍ଦ କରନ୍ତି। ଫ୍ୟାନମାନେ ହିଁ ଅଧିକ ଖୁସି ହେବେ। ଏହି ବିବାହ ଋତୁରେ ଦୁହେଁ ଦୁହିଁଙ୍କ ହାତ ଧରିବେ ବୋଲି ଶୁଣାଯାଉଛି। ଉଭୟ କପଲ ରାଜସ୍ଥାନର ଜୈସଲମେରରେ ବିବାହ କରିବେ ବୋଲି ଶୁଣାଯାଉଛି। ସେଥିପାଇଁ ବିବାହ ମଣ୍ଡପ ସଜାଯାଉଛି ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି। ତେବେ ଉଭୟ କପଲ ଏନେଇ ଅଫିସିଆଲି ସୂଚନା ଦେଇନାହାନ୍ତି।
ବିବାହ ପାଇଁ ଜୈସଲମେରରେ ସଜେଇହେଉଛି ବିବାହ ମଣ୍ଡପ

ଅର୍ଗସ ବ୍ୟୁରୋ: ସବୁ ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି। ବଲିଉଡ ଅଭିନେତ୍ରୀ ସିଦ୍ଧାର୍ଥ ମାଲହୋତ୍ରା ଏବଂ କିଆରା ଆଡଭାନୀଙ୍କ ବିବାହ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଏହି ଷ୍ଟାର କପଲଙ୍କ ବିବାହରେ ୧୦୦ରୁ ୧୨୫ ବନ୍ଧୁ ପରିଜନ ସାମିଲ ହେବେ। ଏହି ଲିଷ୍ଟରେ ବହୁ ବଲିଉଡ ତାରକା ସାମିଲ ହେବେ। ଏହି କପଲଙ୍କ ଓ୍ବେଡିଂ ଫଙ୍କସନ ଫେବୃୟାରୀ ୫ରୁ ଆରମ୍ଭ ହୋଇ ୮ ଫେବୃୟାରୀ ପର୍ଯ୍ୟନ୍ତ ଚାଲିବ।
Download Argus News App
