ବାସ୍ତବରେ ତମନ୍ନା ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଦୁଇଟି ମଜାଦାର ଭିଡିଓ ସେୟାର କରିଛନ୍ତି। ପ୍ରଥମ ଭିଡିଓରେ ସେ ଏକ ସୁନ୍ଦର କଳା ଶାଢ଼ି ପିନ୍ଧି କୋଠରୀ ଭିତରକୁ ଯାଆନ୍ତି । ଦ୍ୱିତୀୟ ଭିଡିଓରେ ସେ କୋଠରୀରୁ ପୁଅ ହୋଇ ବାହାରୁଛନ୍ତି। ଏହି ଭିଡିଓରେ ତମନ୍ନା ମଧ୍ୟ ଏକ ମୁଦି ପିନ୍ଧିଛନ୍ତି। ଭିଡିଓ ସେୟାର କରିବାବେଳେ ସେ କ୍ୟାପସନରେ ଲେଖିଛନ୍ତି, ‘ଏହା ମୋର ବ୍ୟବସାୟୀ ସ୍ୱାମୀ।’ ଏହା ବ୍ୟତୀତ ଅଭିନେତ୍ରୀ ହ୍ୟାସଟ୍ୟାଗରେ ମଧ୍ୟ ଲେଖିଛନ୍ତି, ‘ସମସ୍ତେ ମୋ ଜୀବନର ସ୍କ୍ରିପ୍ଟ ଲେଖୁଛନ୍ତି’। ପ୍ରଶଂସକମାନେ ମଧ୍ୟ ତମନ୍ନାଙ୍କ ଏହି ମଜାଳିଆ ପ୍ରତିକ୍ରିୟାକୁ ବହୁତ ପସନ୍ଦ କରୁଛନ୍ତି।
ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ତମନ୍ନା ଭାଟିଆ ଖୁବ ଶୀଘ୍ର ସୁପରଷ୍ଟାର ଚିରଞ୍ଜୀବୀଙ୍କ ସହ ଫିଲ୍ମ ‘ଭୋଳା ଶଙ୍କର’ରେ ନଜର ଆସିବେ। ଫିଲ୍ମଟି ଆସନ୍ତା ଏପ୍ରିଲ ୧୪ ରେ ମୁକ୍ତିଲାଭ କରିବ ।