ସୋସିଆଲ ମିଡିଆରେ ସେ ଏକ ପୋଷ୍ଟ ସେୟାର କରିଛନ୍ତି, ଯେଉଁଥିରେ ସେ ଚର୍ମ ସମସ୍ୟାର ସାମ୍ନା କରୁଛନ୍ତି , ଯାହାର କୌଣସି ଚିକିସ୍ବା ନାହିଁ ବୋଲି ସେ କହିଛନ୍ତି ।
ନିକଟରେ ସେ ତାଙ୍କର ଏକ ଫଟୋସୁଟ କରାଇଛନ୍ତି, ଯାହାର କିଛି ଫଟୋ ସେ ତାଙ୍କ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଏଥିରେ ସେ ଭିନ୍ନ ଭିନ୍ନ ଆଉଟଫିଟରେ ପୋଜ ଦେଉଥିବା ନଜର ଆସୁଛନ୍ତି । ପୂର୍ବଭଳି ଏଥିରେ ମଧ୍ୟ ସେ ନ୍ୟୁଡ୍ ମେକଅପରେ ଖୁବ୍ ସୁନ୍ଦର ଦେଖା ଯାଉଛନ୍ତି ।
ଏହି ଫଟୋ ସହିତ ସେ କ୍ୟାପ୍ସନରେ କହିଛନ୍ତି ଯେ, ସେ ଚର୍ମ ସମସ୍ୟାର ସାମ୍ନା କରୁଛନ୍ତି । ଯାହାର ନାଁ, Keratosis Pilaris ଅଟେ । ସେ ଲେଖିଛନ୍ତି ଯେ, ନିକଟରେ ମୁଁ କିଛି ଫଟୋ ପାଇଁ ସଟ୍ ଦେଇଥିଲି । ଯାହାକି ପୋଷ୍ଟ ପ୍ରଡକ୍ସନ ପାଇଁ ଯିବାର ଥିଲା । ଯେଉଁଥିରେ Keratosis Pilaris ଲୁଚା ଯାଇ ପାରିବ । ମୁଁ ଭାବିଲି, ନାଁ ମୁଁ ଏହା ସହ ଠିକ୍ ଅଛି ।
ଆଗକୁ ସେ ଏକଥା ମଧ୍ୟ ଲେଖିଛନ୍ତି ଯେ, ଏହି ସମସ୍ୟା ମୋର ପ୍ରଥମରୁ ରହି ଆସିଛି, ଯାହାର କି କୌଣସି ଚିକିସ୍ବା ନାହିଁ । ଆଜି ଯାଏଁ ମୁଁ ଏହାକୁ ବରଦାସ୍ତ କରି ଆସିଛି । ଆଉ ଆଜି ସମସ୍ତଙ୍କ ସାମ୍ନାରେ ଏହା କହିବାର ସାହାସ କରିଛି ।