
ମୁମ୍ବାଇ : ଚୋରୀର ଶିକାର ହୋଇଛନ୍ତି ଟେଲି ଧାରାବାହିକଏ ୟେ ହେ ଚାହତେ’ ଫେମ ଆକ୍ଟର ଖୁଶାଙ୍କ ଅରୋରା । ଗତ ଗୁରୁବାର ଦିନ ମୁମ୍ବାଇର ଜୁହୁ ଅଞ୍ଚଳରେ ଖୁଶାଙ୍କର କାରର ପଛ କାଚ ଭାଙ୍ଗି ତାଙ୍କର ଲାପଟପ କେହି ଚୋରୀ କରି ନେଇ ଯାଇଛି । ରିପୋର୍ଟ ଅନୁଯାୟୀ, ଖୁଶାଙ୍କ ତାଙ୍କର ଅପକମିଙ୍ଗ ପ୍ରୋଜେକ୍ଟ ର ମିଟିଂ ପାଇଁ ଜୁହୁ ଯାଇଥିଲେ । ସେଠାରେ ସେ ପାର୍କିଂ ରେ ସେ ଗାଡି ରଖିଥିଲେ । ସେଠାରୁ ତାଙ୍କ ଗାଡି କାଚ ଭାଙ୍ଗି କେହି ତାଙ୍କ ଲାପଟପ ଚୋରାଇ ନେଇଛି ।
ଖୁଶାଙ୍କ କହିଛନ୍ତି ଯେ, ‘ ମୁଁ ଏକ ଅପକମିଙ୍ଗ ପ୍ରୋଜେକ୍ଟ ମିଟିଂରେ ଜୁହୁ ଯାଇଥିଲି, ସେଠାରେ ଗାଡିକୁ ପାର୍କିଂରେ ରଖିଥିଲି । ବେଶି ସମୟ ମିଟିଂ ହୋଇ ନଥିଲା । ପାଖାପାଖି ଏକ ଘଂଟା ମଧ୍ୟରେ ଶେଷ ହୋଇ ଯାଇଥିଲା । ହେଲେ ମୁଁ ଗାଡି ପାଖକୁ ଆସିବା ପରେ, ମୋର ହୋସ ଉଡିଗଲା ଭଳି ଲାଗିଲା । ମୋ କାରର ପଛ କାଚ ଭାଙ୍ଗିଥିଲା ‘ ।
ଆଗକୁ ସେ ଏକଥା ମଧ୍ୟ କହିଥିଲେ ଯେ, ‘ମୁଁ ଗାଡିର ପଛ ସିଟରେ ଲାପଟପ ରଖିଥିଲି । ଯାହାର ମୂଲ୍ୟ ପାଖାପାଖି ଦେଢ ଲକ୍ଷ ଟଙ୍କା । ଯେଉଁମାନେ କାରର କାଚ ଭାଙ୍ଗିଛନ୍ତି, ସେମାନେ ହିଁ ଲାପଟପ ଚୋରାଇ ନେଇଛନ୍ତି ‘ । ମତେ ବିଶ୍ବାସ ହେଉ ନାହିଁ ଯେ, ମୁମ୍ବାଇ ଭଳି ସହରରେ ଦିନ ଦୁଇପ୍ରହରେ ଏମିତି ଘଟଣା ଘଟିବ ।
