ଟିଭି ଧାରାବାହିକ ‘ୟେ ରିସ୍ତା କ୍ୟା କେହେଲାତା ହେ’ର ଅଭିନେତ୍ରୀ ସିରିନ୍ ସେୱାନି ହାତରୁ ଦିହାତ ହୋଇଛନ୍ତି । ସିରିନ୍ ପ୍ରାଇଭେଟ୍ ସେରେମୋନିରେ ବିବାହ କରିଛନ୍ତି । ଉଦୟନ୍ ସଚ୍ଚନ୍ଙ୍କୁ ସେ ନିଜର ଜୀବନସାଥି କରିଛନ୍ତି । କରୋନା କଟକଣାକୁ ଦୃଷ୍ଟିରେ ରଖି ସିରିନ୍ ଓ ଉଦୟନ୍ କୋର୍ଟ ମ୍ୟାରେଜ୍ କରିଛନ୍ତି । ଏହାପରେ ପରିବାର ବର୍ଗଙ୍କ ଉପସ୍ଥିତିରେ ସେମାନେ ବିବାହ କରିଛନ୍ତି ।
ସିରିନ୍ ତାଙ୍କର ଅଧିକାରିକ୍ ଇନ୍ଷ୍ଟାଗ୍ରାମ୍ ଆକାଉଂଟ ମାଧ୍ୟମରେ ଏହାର ସୂଚନା ଦେଇଛନ୍ତି । ତାଙ୍କର ଇନ୍ଷ୍ଟାଗ୍ରାମ୍ରେ ସେ ତାଙ୍କର ଦୁହିଁଙ୍କର ଫଟୋ ମଧ୍ୟ ସେୟାର କରିବା ସହିତ ଲେଖିଛନ୍ତି ଯେ,’ମୁଁ ମୋର ପାଇଲଟ ସହିତ ଉଡିବାକୁ ରେଡି ‘ ।
ଏହି ଫଟୋରେ ସେ ଏକ ଗୋଲ୍ଡେନ୍ କଲର ଶାଢୀ ପିନ୍ଧିଥିବା ବେଳେ, ସଚ୍ଚନ୍ ହ୍ୱାଇଟ୍ କଲରର ସେରୱାନୀ ପିନ୍ଧିଥିବା ନଜର ଆସୁଛନ୍ତି । ଦୁହେଁ ଏଥିରେ ଖୁବ୍ ସୁନ୍ଦର ମଧ୍ୟ ଦେଖାଯାଉଛନ୍ତି । ତାଙ୍କର ଏହି ଫଟୋ ଦେଖିବା ପରେ ତାଙ୍କ ଫ୍ୟାନ୍ସମାନେ ଏହାକୁ ଖୁବ୍ ପସନ୍ଦ କରିବା ସହିତ, ତାଙ୍କୁ ଶୁଭକାମନା ଜଣାଉଛନ୍ତି ।