ଜହିର ଇକବାଲ ଏକ ସାକ୍ଷାତକାର ସମୟରେ ସୋନାକ୍ଷୀ ସିହ୍ନାଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ ଖୋଲାଖୋଲି ଭାବେ କହିଥିଲେ। ଜହିର କହିଛନ୍ତି, ‘ ଏହି ସବୁ ମଜା ମସ୍ତିରୁ ଆରମ୍ଭ ହୋଇଥିଲା। ମୋର ଏବଂ ସୋନାଙ୍କ ସମ୍ପର୍କ ଏକ ବନ୍ଧୁତା। କିନ୍ତୁ ଜହିରଙ୍କ ଏହି ବୟାନ ପରେ ଫ୍ୟାନ୍ସମାନେ ଅନ୍ଦାଜ୍ ଲଗାଇ ଦେଇଛନ୍ତି କି ଦୁହେଁ ଆଫେୟାର୍ସ ଚାଲିଛି । ଦୁହେଁ ଏ ବିଷୟରେ ମୁହଁ ଖୋଲି ନାହାନ୍ତି । କିନ୍ତୁ ସୋନଙ୍କ ବର୍ଥ ଡେ’ରେ ଜହିର ସେୟାର କରିଥିବା ଭିଡିଓ ଖୁବ୍ ଭାଇରାଲ୍ ହୋଇଥିଲା । ଯେଉଁଥିରେ ସେ କ୍ୟାପସନ୍ ଲେଖିଥିଲେ –ଆଇ ଲଭ୍ ୟୁ… ଏହା ସହ ନିକଟରେ ଏକ ଡିନର ଡେଟ୍ରେ ମଧ୍ୟ ଦୁହେଁ ଏକାଠି ନଜର ଆସିଥିଲେ । ଏଥିରୁ ତାଙ୍କ ଫ୍ୟାନ୍ସ ବହୁତ କିଛି ଜାଣି ସାରିଲେଣି । କେବଳ ଦେଖିବାକୁ ବାକି ରହିଲା କେବେ ସେ ସମ୍ପର୍କକୁ ନେଇ କରିବେ କନଫର୍ମ । କହିବାକୁ ଗଲେ ଦୁହେଁ ଡବଲ ଏକ୍ସଏଲ୍ରେ ନଜର ଆସିବେ।
ମନୋରଞ୍ଜନ ଖବର ଆହୁରି ପଢ଼ନ୍ତୁ ।