ଫିଟନେସକୁ ନେଇ ସବୁବେଳେ ଚର୍ଚ୍ଚାରେ ରହି ଥାଆନ୍ତି ଜରୀନ୍ ଖାନ । ସବୁ ପ୍ରସଙ୍ଗରେ ସେ ନିଜର ମତ ରଖନ୍ତି । ହେଲେ ଏବେ ସେ ପ୍ରକାଶ କରିଛନ୍ତି ଯେ, ଏକ ସିନର ରିହରସେଲ ବାହାନାରେ ତାଙ୍କୁ କିସ କରିବାକୁ ଚେଷ୍ଟା କରା ଯାଇଥିଲା ।
ଏକ ସାକ୍ଷାତକାରରେ ସେ କହିଥିଲେ ଯେ, ‘ ମୁଁ ସେମାନଙ୍କ ନାଁ ନେବାକୁ ଚାହୁଁ ନାହିଁ , କିନ୍ତୁ ଏକ ସିନର ରିହରସାଲ କରିବାର ବାହାନା କରି, ଅନ୍ୟ ଜଣେ କହିଥିଲେ, ଯେ, ତୁମକୁ ଦ୍ବନ୍ଦକୁ ଦୂର କରିବାକୁ ପଡିବ । ମୁଁ ନୂଆ ଥିଲି ସେ ସମୟରେ । ତେଣୁ ମତେ ଏହା ଠିକ୍ ଲାଗିଥିଲା ।
ସେ ମତେ କହିଥିଲେ ଯେ, କ’ଣ ଆପଣ ଜାଣନ୍ତି କି, ଆମେ ଏକ କିସିଂ ସିନ କରିବା ? ମୁଁ କହିଲି କ’ଣ ? ନାହିଁ ମୁଁ ସିହରସାଲ ଭାବରେ କୌଣସି କିସିଂ ସିନ କରୁ ନାହିଁ ‘ ।
ଆଗକୁ ସେ ଏକଥା ମଧ୍ୟ କହିଥିଲେ ଯେ, ‘ ଆପଣ ଜାଣନ୍ତି ଯେ ଆମେ ଜଣେ ବନ୍ଧୁଙ୍କ ଠାରୁ ଅଧିକ ହୋଇ ପାରିବା ଏବଂ ଆପଣ ପାଇଥିବା ପ୍ରୋଜେକ୍ଟ ଉପରେ ମୁଁ ବିଶେଷ ଦୃଷ୍ଟି ଦେବି । ତୁମକୁ ମୁଁ ସବୁଥିରେ ଲିଡ କରିବି । ମୁଁ କହିଲି ନାଁ ମୁଁ ଏମିତି କାମ କରେ ନାହିଁ ‘ ।