ଛୋଟ ଦାନା ସୁଜି, ସିମେଇ, ତେଲ, ଦହି, ଗୋଟାଜୀରା, ଅଦା, ରସୁଣ, କଂଚାଲଙ୍କା, ପିଆଜ, ଧନିଆ ପତ୍ର, ରେଡ୍ କ୍ୟାପସିକମ୍, ଗ୍ରୀନ୍ ମଟର ।
ପ୍ରସ୍ତୁତି ପ୍ରଣାଳୀ –
ପ୍ରଥମେ ଏକ ପାତ୍ରରେ କିଛି ସୁଜି ନେବେ ସେଥିରେ ଆବଶ୍ୟକ ପରିମାଣରେ ଦହି ଏବଂ ସାମାନ୍ୟ ପାଣି ମିଶାଇ ଚକଟିବେ । ଚକଟିବା ପରେ ୧୦ ରୁ ୧୫ ମିନିଟ ପାଇଁ ଛାଡିଦେବେ । ଅନ୍ୟପଟେ ସିମେଇକୁ ଅଳ୍ପ ତେଲରେ ଭାଜି ରଖିବେ । ଚକଟା ହୋଇଥିବା ସୁଜି ସହିତ ସିମେଇକୁ ମିକ୍ସ୍ କରିବେ । ଆବଶ୍ୟକ ଅନୁସାରେ ଲୁଣ ପକାଇ ଗୋଟା ଜୀରା,ଅଦା,ରସୁଣ ,କଂଚାଲଙ୍କା ପେଷ୍ଟ କରି ମିଶାଇବେ । ଅଳ୍ପ ଚାଉଳ ଚୁନା ମିଶାଇ ସେଥିରେ ଛୋଟ ଛୋଟ କଟା ହୋଇଥିବା ପିଆଜ,ଛୋଟ ଛୋଟ କଟା ହୋଇଥିବା ରେଡ୍ କ୍ୟାପସିକମ୍,ଅଳ୍ପ ଭଜା ହୋଇଥିବା ଗ୍ରୀନ୍ ମଟର ଏବଂ କଟା ଧନିଆ ପତ୍ର ପକାଇ,ଅଳ୍ପ ପାଣି ଦେଇ ଭଲ ଭାବେ ମିଶାନ୍ତୁ । ଭଲ ଭାବେ ମିଶିବା ପରେ ହାତ ପାପୁଲିରେ କିଛି ତେଲ ନେଇ ସେହି ଚକଟାକୁ ଗୋଲ ଗୋଲ ପିଠା ଆକାରର କରି ଦୁଇ ପାଶ୍ୱର୍ରେ ସୁଖିଲା ସିମେଇ ଲଗାଇବେ । ଗ୍ୟାସରେ ପ୍ୟାନ୍ ବସାଇ ଆବଶ୍ୟକ ଅନୁସାରେ ତେଳ ପକାଇ ଗରମ କରିବେ ତେଲ ଗରମ ହେବା ପରେ ସେଥିରେ ଏହାକୁ ପକାଇ ଭାଜିବେ । ଉଭୟ ପାଶ୍ୱର୍ ଲାଲ ପଡିଯିବା ପରେ ଏକ ପ୍ଲେଟକୁ କାଢିବେ । ପ୍ରସ୍ତୁତ ହୋଇଗଲା ସୁଜି,ସିମେଇ କଟ୍ଲେଟ୍ । ଗରମ ଗରମ ଯେ କ୍ୟୈଣସି ମସଲା ଚଟଣୀ ଲଗାଇ ଖାଇବେ ।