ବି-ଟାଉନ୍ରେ ଟ୍ୟାକ୍ସଚୋରି
ଆବଶ୍ୟକ ସାମଗ୍ରୀ-
ସିଝା ହରଡ ଡାଲି, ତେଲ, ଲୁଣ, ପିଆଜ, ଟମାଟୋ, ଜିରା, ମିକ୍ସ ଲୁଣି ଆଚାର, ଲଙ୍କା ପାଉଡର, ହଳଦୀ ପାଉଡର, ଧନିଆ ପତ୍ର, ଲେମ୍ବୁ ରସ ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ହରଡ ଡାଲିକୁ ସିଝାଇ ରଖିବେ । ଏହାପରେ ଗ୍ୟାସ୍ରେ ପ୍ୟାନ୍ ବସେଇ ତେଲ ପକାଇବେ । ତେଲ ଗରମ ହେବାପରେ ସେଥିରେ ଜିରା,ସିଝାଇ ରଖିଥିବା ଡାଲି ପକାଇ ଭଲଭାବେ ମିକ୍ସ କରିବେ । ଏହାପରେ ସେଥିରେ ମିକ୍ସ ଲୁଣି ଆଚାର ପକାଇ ଭଲଭାବେ ମିକ୍ସ କରିବେ । ଏହାପରେ ସେଥିରେ ଅଳ୍ପ ପାଣି ମିଶାଇବେ । ତାପରେ ସେଥିରେ ଛୋଟଛୋଟ କଟା ହୋଇଥିବା ଟମାଟୋ, କଟା ପିଆଜ,ଲଙ୍କା ପାଉଡର, ହଳଦୀ ପାଉଡର, ପକାଇ ମିକ୍ସ କରିବେ । ଏହାପରେ ସେଥିରେ ଲୁଣ, କଟା ଧନିଆ ପତ୍ର, ଲେମ୍ବୁ ରସ ପକାଇ ଗୋଳାଇବେ । ପ୍ରସ୍ତୁତ ହୋଇଗଲା ଆଚାରୀ ଡାଲ୍ । ଗରମ ଗରମ ଏହାକୁ ରୋଟି କିମ୍ବା ପରଟା ସହିତ ଖାଇପାରିବେ ।