ସିଝା ଅଣ୍ଡା, ପିଆଜ, ଟମାଟୋ, ବଟର, କଂଚା ଲଙ୍କା, ଲଙ୍କା ପାଉଡର, ପାଓଭାଜି ମସଲା, ଅଦା-ରସୁଣ ପେଷ୍ଟ, ଧନିଆ ପତ୍ର , ଲୁଣ ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ପିଆଜ ଏବଂ ଟମାଟୋକୁ ଛୋଟଛୋଟ କରି କାଟି ରଖିବେ । ତାପରେ ଗ୍ୟାସ୍ରେ ପ୍ୟାନ୍ ବସେଇ ବଟର ପକାଇବେ । ବଟର ମେଲ୍ଟ ହେବାପରେ ସେଥିରେ କଟା ହୋଇଥିବା ପିଆଜ ପକାଇ ଫ୍ରାଏ କରିବେ । ଦେଖିବେ ପିଆଜ ଅଳ୍ପ ଫ୍ରାଏ ହୋଇ ଆସିଲେ, ସେଥିରେ କଟା ହୋଇଥିବା ଟମାଟୋ ଏବଂ କଟା କଂଚା ଲଙ୍କା ପକାଇ ଫ୍ରାଏ କରିବେ । ତାପରେ ସେଥିରେ ଲଙ୍କା ପାଉଡର, ପାଓଭାଜି ମସଲା, ଅଦା-ରସୁଣ ପେଷ୍ଟ ପକାଇ ଭଲଭାବେ ମିକ୍ସ କରିବେ । ଏହାପରେ ସେଥିରେ ଅଳ୍ପ ପାଣି ଢାଳି ଆବଶ୍ୟକ ଅନୁସାରେ ଲୁଣ ପକାଇ ମିକ୍ସ କରିବେ । ଏହାପରେ ସିଝା ଅଣ୍ଡାକୁ ଗ୍ରେଡ୍ କରି ସେଥିରେ ପକାଇବେ । ତାପରେ ସେଥିରେ କଟା ଧନିଆ ପତ୍ର ପକାଇ ମିକ୍ସ କରି ଗ୍ୟାସ୍ ବନ୍ଦ କରିବେ । ଏହାପରେ ଏହାକୁ ଏକ ପାତ୍ରକୁ କାଢି ତା ଉପରେ ଅଳ୍ପ ବଟର ପକାଇବେ । ପ୍ରସ୍ତୁତ ହୋଇଗଲା ଅଣ୍ଡା ଘାଣ୍ଟ । ଏବେ ଗରମ ଗରମ ଏହାର ମଜା ନେଇ ପାରିବେ ।