ଆବଶ୍ୟକ ସାମଗ୍ରୀ-
ଚିନାବାଦାମ୍, ଧଳା ରାଶି, ଧନିଆ ପତ୍ର, ଭ୍ରୁସଙ୍ଗ ପତ୍ର, ଲୁଣ, ତେଲ, ଜିରା, ଅଦା, ରସୁଣ, ପିଆଜ, ହିଙ୍ଗୁ, ସୋରିଷ, ଶୁଖିଲା ନଡିଆ, କଂଚା ଲଙ୍କା ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ କଂଚା ଚିନାବାଦାମ, ଧଳା ରାଶି, ରସୁଣ,ଅଦା, ଜିରା, ଶୁଖିଲା କଟା ନଡିଆ, କଟା ଧନିଆ ପତ୍ର ଏବଂ କଟା କଂଚା ଲଙ୍କା ନେଇ ସେଥିରେ ଅଳ୍ପ ପାଣି ମିଶାଇ ଗ୍ରାଇଣ୍ଡିଂ କରିବେ । ଏହାପରେ ଗ୍ୟାସ୍ରେ କଡେଇ ବସେଇ ତେଲ ପକାଇବେ । ତେଲ ଗରମ ହେବାପରେ ସେଥିରେ ଜିରା, ସୋରିଷ, ହିଙ୍ଗୁ, ଭ୍ରୁସଙ୍ଗ ପତ୍ର, କଟା ପିଆଜ ପକାଇ ଫ୍ରାଏ କରିବେ । ଦେଖିବେ ପିଆଜ ଗୋଲ୍ଡେନ କଲର ହୋଇ ଆସିଲେ, ସେଥିରେ ଗ୍ରାଇଣ୍ଡିଂ କରି ରଖିଥିବା ପେଷ୍ଟ ପକାଇ ଭଲଭାବେ ୧ ରୁ ୨ ମିନିଟ ଯାଏଁ ଫ୍ରାଏ କରିବେ । ଏହାପରେ ସେଥିରେ ଆବଶ୍ୟକ ଅନୁଯାୟୀ ପାଣି ଢାଳି ,ତାପରେ ସେଥିରେ ଲୁଣ ପକାଇ ଗୋଳାଇବେ । ଏହାପରେ ତାକୁ ୭ ରୁ ୮ ମିନିଟ ଭଲଭାବେ ଫୁଟିବାକୁ ଛାଡିବେ । ତାପରେ ଗ୍ୟାସ୍ ବନ୍ଦ କରି ଏକ ପାତ୍ରକୁ କାଢିବେ । ପ୍ରସ୍ତୁତ ହୋଇଗଲା ବାଦାମ୍ ଚଟଣୀ । ଏବେ ଏହାର ମଜା ନେଇ ପାରିବେ ।