ବାଦାମ୍, କାଜୁ, କ୍ଷୀର, ସପେଟା, ଖଜୁରୀ, ଗୁଜୁରାତି ପାଉଡର ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ବାଦାମକୁ ପାଣିରେ ଭିଜାଇ କିଛି ସମୟ ରଖିବେ । ଏହାପରେ ବାଦାମକୁ ପାଣିରୁ ଛାଣି ସେଥିରେ କଟା ଚୋପା ଛଡା ପାଚିଲା ସପେଟା କାଟି ମିଶାଇବେ । ଏହାପରେ ଏହି ବାଦାମ୍, ପାଚିଲା କଟା ସେପଟା, ମଞ୍ଜି ବାହାର କରାଯାଇଥିବା ଖଜୁରୀ,କ୍ଷୀର ଏବଂ ଅଳ୍ପ ପାଣି ମିଶାଇ ସବୁ ସାମଗ୍ରୀକୁ ଗ୍ରାଇଣ୍ଡିଂ କରିବେ । ଏହାପରେ ଏକ କାଚ ଗ୍ଲାସକୁ ଏହି ମିଶ୍ରଣ ଢାଳିବେ । ଏହାପରେ ତା ଉପରେ କଛି କଟା କାଜୁ, ଗୁଜୁରାତି ପାଉଡର ପକାଇ ମିକ୍ସ କରିବେ । ପ୍ରସ୍ତୁତ ହୋଇଗଲା ବାଦାମ୍ ମିଲ୍ମସେକ୍ । ଏବେ ଏହାର ମଜା ନେଇ ପାରିବେ ।