ବଡି, ଟମାଟୋ, ଧନିଆ ପତ୍ର, ପିଆଜ, ରସୁଣ, ଜିରା, କଂଚା ଲଙ୍କା, ଭ୍ରୁସଙ୍ଗ ପତ୍ର, ଲୁଣ, ତେଲ ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ଗ୍ୟାସ୍ରେ ପ୍ୟାନ୍ ବସେଇ ତେଲ ପକାଇବେ । ତେଲ ଗରମ ହେବାପରେ ସେଥିରେ ବଡି ପକାଇ ଉଭୟ ପାଖ ଫ୍ରାଏ କରିବେ । ବଡି ଫ୍ରାଏ ହେବା ପରେ ଏକ ପାତ୍ରକୁ କାଢି ରଖିବେ । ଏହାପରେ ସେହି ପ୍ୟାନ୍ରେ ପୁଣି ଅଳ୍ପ ତେଲ ପକାଇ ଗରମ କରିବେ । ଏହାପରେ ସେଥିରେ ଲାଲ୍ ପାଚିଲା ଟମାଟୋକୁ କାଟି ସେଥିରେ ପକାଇ ଭାଜିବେ । ଟମାଟୋ ଭାଜି ହେବା ପରେ ଏକ ପାତ୍ରକୁ କାଢି ରଖିବେ । ଏହାପରେ ଭଜା ହୋଇଥିବା ଟମାଟୋ, କଟା ପିଆଜ, କଟା କଂଚା ଲଙ୍କା, ଭ୍ରୁସଙ୍ଗ ପତ୍ର, ଜିରା, ଚୋପା ଛଡା ରସୁଣ, ଲୁଣ ଏବଂ ଫ୍ରାଏ କରି ରଖିଥିବା ବଡିକୁ ଏକାଠି ମିଶାଇ ଗ୍ରାଇଣ୍ଡିଂ କରିବେ । କିନ୍ତୁ ମନେ ରଖିବେ, ଏହାକୁ ଅଧିକ ଚିକ୍କଣ କରି ଗ୍ରାଇଣ୍ଡିଂ କରିବେ ନାହିଁ । ଦେଖିବେ ଯେପରି ଖଦଡ ଅଂଶ ରହିବ ସେହିପରି ଗ୍ରାଇଣ୍ଡିଂ କରିବେ । ଗ୍ରାଇଣ୍ଡିଂ କରିବା ପରେ ଏକ ପାତ୍ରକୁ କାଢି ରଖିବେ । ଏହାପରେ ତା ଉପରେ କିଛି କଟା ଧନିଆ ପତ୍ର ପକାଇବେ । ପ୍ରସ୍ତୁତ ହୋଇଗଲା ବଡି ଚଟଣୀ । ଏବେ ଏହାର ମଜା ନେଇ ପାରିବେ ।