କଟକ ମାହାଙ୍ଗାରେ ବିଜେପି ମହିଳା ସମାବେଶରେ ବିଜେପି ପ୍ରଭାରୀ ଡି. ପୁରୁନ୍ଦେଶ୍ୱରୀ...
ଆବଶ୍ୟକ ସାମଗ୍ରୀ-
ବିଟ୍, ଦହି, ବରଫ, ପୋଦିନା ପତ୍ର, ଭଜା ଜିରା ଗୁଣ୍ଡ, ଲଙ୍କା ପାଉଡର, ଲୁଣ, ଚିନି ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ବିଟ୍କୁ ଧୋଇ ସିଝାଇ ରଖିବେ । ଏହାପରେ ବିଟ୍ର ଚୋପା ଛଡେଇ ଏକ ପାତ୍ରରେ ରଖିବେ । ତାପରେ ବିଟ୍କୁ ଛୋଟଛୋଟ ଖଣ୍ଡ କରି କାଟିବେ । ଏହାପରେ କଟା ବିଟ୍, ଦହି, ବରଫ, ପୁଦିନା ପତ୍ର, ଲୁଣ, ଲଙ୍କା ପାଉଡର, ଭଜା ଜିରା ଗୁଣ୍ଡ, ସାମାନ୍ୟ ଚିନି ମିଶାଇ ଗ୍ରାଇଣ୍ଡିଂ କରିବେ । ଏହାପରେ ଆଉ ଏକ ପାତ୍ରରେ ଅଳ୍ପ ଚିନି ନେଇ ସେଥିରେ ଭଜା ଜିରା ଗୁଣ୍ଡ, ଅଳ୍ପ ଲୁଣ ପକାଇ ମିକ୍ସ କରିବେ । ଏହାପରେ ଗ୍ରାଇଣ୍ଡିଂ କରିଥିବା ବିଟ୍କୁ ଆଣି ଗ୍ଲାସ୍ରେ ଢାଳିବେ । ଏହାପରେ ତା ଉପରେ ମିକ୍ସ କରି ରଖିଥିବା ଚିନି, ଲୁଣ, ଜିରା ଗୁଣ୍ଡ ମିଶ୍ରଣ ଅଳ୍ପ ପକାଇବେ । ତାପରେ ଉପରେ କିଛି ପୋଦିନା ପତ୍ର ପକାଇବେ । ପ୍ରସ୍ତୁତ ହୋଇଗଲା ବିଟ୍ରୁଟ୍ ଲସି । ଏବେ ଏହାର ମଜା ନେଇ ପାରିବେ ।