ବେସନ, ଚିନି, କାଜୁ, ପିସ୍ତାବାଦାମ୍, ଘିଅ, ହଳଦୀ ପାଉଡର ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ଗ୍ୟାସ୍ରେ କଡେଇ ବସେଇ ଚିନି ପକାଇବେ । ଏହାପରେ ସେଥିରେ ଅଳ୍ପ ପାଣି ପକାଇ ମିକ୍ସ କରିବେ । ଦେଖିବେ ଚିନି ମେଲ୍ଟ ହୋଇଯିବା ପରେ, ଗ୍ୟାସ୍ ବନ୍ଦ କରିବେ । ଏହାପରେ ଗ୍ୟାସ୍ରେ ଆଉ ଏକ କଡେଇ ବସେଇ ସେଥିରେ ଘିଅ ପକାଇବେ । ଘିଅ ଗରମ ହେବାପରେ ସେଥିରେ ବେସନ ପକାଇ ଭଲଭାବେ ଭାଜିବେ । ଏହାକୁ ଭାଜିବା ସମୟରେ ମନେ ରଖିବେ ଏହାକୁ କମ୍ ଆଂଚରେ ଲଗାତାର ଗୋଳାଇବେ ନଚେତ୍ ବେସନ ପୋଡିଯିବ । ବେସନ ଭଲଭାବେ ଭାଜି ହେବା ପରେ ଗ୍ୟାସ୍ ବନ୍ଦ କରି ଏହାକୁ ଥଣ୍ଡା ହେବାକୁ ଛାଡିବେ । ଏହାପରେ ପ୍ରସ୍ତୁତ କରି ରଖିଥିବା ବେସନରେ ଅଳ୍ପ ହଳଦୀ ପାଉଡର ପକାଇ ଭଲଭାବେ ମିକ୍ସ କରିବେ । ଏହାପରେ ବେସନରେ, ପ୍ରସ୍ତୁତ କରିଥିବା ଚିନି ଶିରା ପକାଇ ଭଲଭାବେ ମିକ୍ସ କରିବେ । ଏହାପରେ ଏକ ଟ୍ରେରେ ଏହି ବେସନକୁ ବାହାର କରି ,ଟ୍ରେର ଚାରିପାଖେ ଖେଳାଇବେ । ଏହାପରେ ତା ଉପରେ କଟା କାଜୁ,ପିସ୍ତାବାଦାମ୍ ପକାଇବେ । ଏହାପରେ ଏହାକୁ ଭଲଭାବେ ଥଣ୍ଡା ହେବାକୁ ଛାଡିବେ । ଦେଖିବେ ଏହା ସମ୍ପୂର୍ଣ୍ଣ ଥଣ୍ଡା ହୋଇଯିବା ପରେ, ଟ୍ରେରୁ କାଢି କାଟିବେ । ପ୍ରସ୍ତୁତ ହୋଇଗଲା ବେସନ ବର୍ଫି । ଏବେ ଏହାର ମଜା ନେଇ ପାରିବେ ।