ପାନ ପତ୍ର, ଚିନି, ଲାଲ୍ ଗୋଲାପ ପାଖୁଡା, ପାନମଧୁରୀ, ଗୁଜୁରାତି, ବରଫ, ଲେମ୍ବୁ ରସ ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ପାନମଧୁରୀକୁ ୨ ଘଂଟା ପାଣିରେ ଭିଜାଇ ରଖିବେ । ତାପରେ ଗୁଜୁରାତିକୁ ପାଣିରେ ଭିଜାଇ ରଖିବେ କିଛି ସମୟ । ଏହାପରେ ପାନ ପତ୍ରକୁ ଧୋଇ ଛୋଟଛୋଟ କାଟି ସେଥିରେ ପାଣିରେ ଭିଜାଇ ରଖିଥିବା ଗୁଜୁରାତି ମିଶାଇ ଗ୍ରାଇଣ୍ଡିଂ କରିବେ । ଏହାପରେ ସେଥିରେ ଗୋଲାପ ପାଖୁଡା ,ଚିନି ପକାଇ ପୁଣି ଗ୍ରାଇଣ୍ଡିଂ କରିବେ । ଏହାପରେ ପାନମଧୁରୀରେ ଅଳ୍ପ ପାଣି ମିଶାଇ ଚିକ୍କଣ କରି ଗ୍ରାଇଣ୍ଡିଂ କରିବେ । ଏହାପରେ ଗ୍ୟାସ୍ରେ ପ୍ୟାନ୍ ବସେଇ ଚିନି ଏବଂ ଆବଶ୍ୟକ ଅନୁଯାୟୀ ପାଣି ମିଶାଇବେ । ଦେଖିବେ ଏହା ଫୁଟି ଆସିଲେ ସେଥିରେ ଗ୍ରାଇଣ୍ଡିଂ କରି ରଖିଥିବା ପାନ ପେଷ୍ଟକୁ ପକାଇ ମିକ୍ସ କରିବେ । ଏହାପରେ ସେଥିରେ ଗ୍ରାଇଣ୍ଡିଂ କରି ରଖିଥିବା ପାନମଧୁରୀ ପେଷ୍ଟ ପକାଇ ଭଲଭାବେ ମିକ୍ସ କରିବେ । ଗ୍ୟାସ୍କୁ ମଧ୍ୟମ ଆଂଚରେ ରଖି ଫୁଟାଇବେ । ୧୨ ରୁ ୧୫ ମିନିଟ ଫୁଟିବା ପରେ, ସେଥିରେ ଲେମ୍ବୁ ପକାଇ ମିକ୍ସ କରିବେ । ଏହାପରେ ଗ୍ୟାସ୍ ବନ୍ଦ କରି ଏହାକୁ ଏକ ଜାଲି ସାହାଯ୍ୟରେ ଛାଣି ଏକ ପାତ୍ରରେ ରଖିବେ ଏବଂ ଏହାର ଖଦଡ ଅଂଶକୁ ବାହାର କରିବେ । ଏହାପରେ ଏକ କାଚ ଗ୍ଲାସ୍ ଆଣି ସେଥିରେ ବରଫ ପକାଇବେ । ଏହାପରେ ସେଥିରେ ଆବଶ୍ୟକ ଅନୁଯାୟୀ ପାନ ସରବତ୍ ଢାଳି ସେଥିରେ ଅଳ୍ପ ପାଣି ମିଶାଇ ଭଲଭାବେ ମିକ୍ସ କରିବେ । ପ୍ରସ୍ତୁତ ହୋଇଗଲା ପାନ ସରବତ୍ । ଏବେ ଏହାର ମଜା ନେଇ ପାରିବେ ।