ଅର୍ଗସରେ ପ୍ରସାରିତ ଆମେ ଉତ୍ତରଦାୟୀ କାର୍ଯ୍ୟକ୍ରମକୁ ଧନ୍ୟବାଦ ଜଣେଇଲେ ଦୁବାଇରେ ରହୁଥିବା ଓଡିଆ ଯୁବକ
ଆବଶ୍ୟକ ସାମଗ୍ରୀ-
ଭେଣ୍ଡି, ଚାଉଳ ଚୂନା, ବେସନ୍, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଜିରା ଗୁଣ୍ଡ, ହିଙ୍ଗୁ, ଚାଟ୍ ମସଲା ,ଲୁଣ, ତେଲ ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ଭେଣ୍ଡିକୁ ଧୋଇ ଭେଣ୍ଡିର ମଞ୍ଜି କାଢି , ପତଳା ପତଳା ଲମ୍ବା ଲମ୍ବା କାଟି ଏକ ପାତ୍ରରେ ରଖିବେ । ତାପରେ ଆଉ ଏକ ପାତ୍ରରେ ଲୁଣ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଜିରା ଗୁଣ୍ଡ, ହିଙ୍ଗୁ ପକାଇ ମିକ୍ସ କରିବେ । ଏହାପରେ ସେଥିରେ ଚାଉଳ ଚୂନା ପକାଇ ଏବଂ ବେସନ ପକାଇ ଭଲଭାବେ ମିକ୍ସ କରି, କଟା ହୋଇଥିବା ଭେଣ୍ଡିରେ ଏହାକୁ ପକାଇ ଗୋଳାଇବେ । ଏହାପରେ ଗ୍ୟାସରେ କଡେଇ ବସେଇ ତେଲ ପକାଇବେ । ତେଲ ଗରମ ହେବାପରେ ସେଥିରେ ଭେଣ୍ଡି ପକାଇ ଫ୍ରାଏ କରିବେ । ଦେଖିବେ ଭେଣ୍ଡି ଫ୍ରାଏ ହୋଇଗଲେ ଏକ ପ୍ଲେଟକୁ କାଢି ରଖିବେ । ଏହାପରେ ତା ଉପରେ ହାଲ୍କା ଲୁଣ, ଚାଟ୍ ମସଲା, ଲଙ୍କା ଗୁଣ୍ଡ ପକାଇ ଗୋଳାଇବେ । ପ୍ରସ୍ତୁତ ହୋଇଗଲା ଭେଣ୍ଡି କୁର୍କୁରୀ । ଏବେ ଏହାର ମଜା ନେଇ ପାରିବେ ।