କଲରା,ଚିନି,କ୍ଷୀର,କାଜୁ,ପିସ୍ତାବାଦାମ୍,କେଶର,ଗୁଜୁରାତି ଗୁଣ୍ଡ,ଲୁଣ,ଘିଅ ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ କଲରାର ଚୋପା ଛଡେଇ ମଝିରୁ ଲମ୍ବା କରି କାଟିିବେ । ଏହାପରେ କଲରାର ମଞ୍ଜି କାଢିବେ । ଏହାପରେ କଲରାରେ ଲୁଣ ଲଗାଇ ରଖିବେ । ତାପରେ କଲରାକୁ ନେଇ ପାଣିରେ ୨ ରୁ ୩ ଥର ଧୋଇ ଏକ ପାତ୍ରରେ ରଖିବେ । ଏହାପରେ କଲରାକୁ ଛୋଟଛୋଟ ଖଣ୍ଡ କରି କାଟି ଗ୍ରାଇଣ୍ଡିଂ କରିବେ । ଏହାପରେ ଗ୍ୟାସ୍ରେ କଡେଇ ବସେଇ ଗ୍ରାଇଣ୍ଡିଂ କରିଥିବା କଲରା ପକାଇ ୮ ରୁ ୧୦ ମିନିଟ ଯାଏଁ ଫ୍ରାଏ କରିବେ । ଏହାପରେ ସେଥିରେ କଲରା ଅନୁପାତରେ ଚିନି ପକାଇ ୫ ରୁ ୬ ମିନିଟ ଯାଏଁ ଫ୍ରାଏ କରିବେ । ଏହାପରେ ସେଥିରେ ଘିଅ ପକାଇ ମିକ୍ସ କରିବେ । ତାପରେ ସେଥିରେ ଗୁଜୁରାତି ଗୁଣ୍ଡ ପକାଇ ୨ ରୁ ୩ ମିନିଟ ଯାଏଁ ମିକ୍ସ କରିବେ । ତାପରେ ସେଥିରେ କ୍ଷୀର ପକାଇ ୨ ରୁ ୩ ମିନିଟ ଯାଏଁ ମିକ୍ସ କରିବେ । ଏହାପରେ ସେଥିରେ କେଶର, କଟା ପିସ୍ତାବାଦାମ୍, କଟା କାଜୁ ପକାଇ ମିକ୍ସ କରିବେ । ଏହାପରେ ଗ୍ୟାସ୍ ବନ୍ଦ କରି ଏକ ପାତ୍ରକୁ କାଢିବେ । ପ୍ରସ୍ତୁତ ହୋଇଗଲା କଲରା ହାଲୁଆ । ଏବେ ତା ଉପରେ ଆଉ କିଛି କଟା କାଜୁ ଏବଂ ପିସ୍ତାବାଦାମ୍ ପକାଇ ଏହାର ମଜା ନେଇ ପାରିବେ ।