କଳା ଅଙ୍ଗୁର, କଳା ଲୁଣ, ଚିନି, ଲେମ୍ବୁ ରସ, ଜିରା ପାଉଡର, ଗୁଜୁରାତି ପାଉଡର, ଲଙ୍କା ପାଉଡର ।
ପ୍ରସ୍ତୁତି ପ୍ରଣାଳୀ-
କଳା ଅଙ୍ଗୁରକୁ ଧୋଇ ଗ୍ରାଇଣ୍ଡିଂ କରିବେ । ଏହାପରେ ଗ୍ୟାସରେ ପ୍ୟାନ ବସେଇ ପ୍ୟାନ ଗରମ କରିବେ । ଏହାପରେ ସେଥିରେ ଗ୍ରାଇଣ୍ଡିଂ କରିଥିବା ମିଶ୍ରଣ ପକାଇ ଗୋଳାଇବେ । ଏହା ଅଳ୍ପ ସମୟ ଫୁଟିବା ପରେ , ସେଥିରେ ଗୁଜୁରାତି ପାଉଡର, କଳା ଲୁଣ, ଚିନି, ଲେମ୍ବୁ ରସ, ଅଳ୍ପ ଲଙ୍କା ପାଉଡର, ଜିରା ପାଉଡର ପକାଇ ଭଲଭାବେ ମିକ୍ସ କରିବେ । ଏହା ଭଲଭାବେ ଫୁଟିବା ପରେ ଗ୍ୟାସ୍ ବନ୍ଦ କରି ଏହାକୁ ଥଣ୍ଡା ହେବାକୁ ଛାଡିବେ । ଏହା ଥଣ୍ଡା ହେବା ପରେ , ସେଥିରେ ଆବଶ୍ୟକ ଅନୁଯାୟୀ ଥଣ୍ଡା ପାଣି ମିଶାଇ ଗୋଳାଇବେ । ଏହାପରେ ତାକୁ ଏକ ଏୟାର ଟାଇଟ ଜାରରେ ଢାଳି , ୪ ରୁ ୫ ଘଂଟା ଯାଏଁ ଫ୍ରିଜରେ ରଖିବେ । ଏହାପରେ ଫ୍ରିଜରୁ କାଢି ଏକ କାଚ ଗ୍ଲାସରେ ଏହାକୁ ବାହାର କରିବେ । ପ୍ରସ୍ତୁତ ହୋଇଗଲା ଖଟା-ମିଠା ଅଙ୍ଗୁର ଆଇସ୍-କ୍ରୀମ୍ । ଏବେ ଏହାର ମଜା ନେଇ ପାରିବେ ।