କୋରୋନା ବିରୁଦ୍ଧ ଲଢେଇରେ ବିଜୟର ମୋଦି ମନ୍ତ୍ର
ଆବଶ୍ୟକ ସାମଗ୍ରୀ-
ବ୍ରେଡ୍, କ୍ଷୀର, ଚିନି, ଗୁଜୁରାତି ଗୁଣ୍ଡ, କାଜୁ, ପିସ୍ତାବାଦାମ୍ ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ଗ୍ୟାସ୍ରେ ଏକ ବଡ ପାତ୍ରରେ କ୍ଷୀର ଢାଳି ଫୁଟାଇବେ । ଦେଖିବେ କ୍ଷୀର ଭଲଭାବେ ଫୁଟି ଆସିଲେ ସେଥିରେ ଚିନି, କାଜୁ, ପିସ୍ତାବାଦାମ୍ ପକାଇ ମିକ୍ସ କରିବେ । ଏହାପରେ କ୍ଷୀରକୁ ଲଗାତାର ଭାବେ ଗୋଳାଇବେ, କ୍ଷୀର ଫୁଟି ବହଳିଆ ହେବା ଯାଏଁ । ଏହାପରେ ସେଥିରେ ଗୁଜୁରାତି ଗୁଣ୍ଡ ପକାଇ ୧ ରୁ ୨ ମିନିଟ ଯାଏଁ ମିକ୍ସ କରିବେ । ଏହାପରେ ଗ୍ୟାସ୍ ବନ୍ଦ କରି ଏକ ପାତ୍ରକୁ କାଢି ରଖିବେ । ଏହାପରେ ବ୍ରେଡ୍ ନେଇ ବ୍ରେଡ୍ର କେବଳ ଧଳା ଅଂଶକୁ କାଟି ପ୍ରସ୍ତୁତ କରିଥିବା ମଲାଇରେ ୧ ରୁ ୨ ମିନିଟ ଯାଏଁ ପକାଇବେ । ଏହାପରେ ଏକ ପ୍ଲେଟକୁ କାଢିବେ । ଏହାପରେ ତା ଉପରେ କିଛି କଟା କାଜୁ ଏବଂ ପିସ୍ତାବାଦାମ୍ ପକାଇବେ । ପ୍ରସ୍ତୁତ ହୋଇଗଲା ବ୍ରେଡ୍ ରସମଲାଇ । ଏବେ ଏହାର ମଜା ନେଇ ପାରିବେ ।