ବାଇଗଣ, ତେଲ, ଲୁଣ, ସୋରିଷ, ଚିନାବାଦାମ୍, ଧଳା ରାଶି, ଶୁଖିଲା ନଡିଆ କୋରା, ଜିରା, କଂଚା ଲଙ୍କା, ଭ୍ରୁସଙ୍ଗ ପତ୍ର ,ପିଆଜ, ଟମାଟୋ, ହିଙ୍ଗୁ, ଶୁଖିଲା ଲଙ୍କା, ଅଦା-ରସୁଣ ପେଷ୍ଟ, ହଳଦୀ ପାଉଡର, ଜିରା ପାଉଡର, ଲଙ୍କା ପାଉଡର, ଦହି, ତେନ୍ତୁଳି ପାଣି, ଧନିଆ ପତ୍ର ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ଗ୍ୟାସ୍ରେ ପ୍ୟାନ ବସେଇ ଗରମ କରିବେ । ପ୍ୟାନ ଗରମ ହେବାପରେ ସେଥିରେ ଚିନାବାଦାମ୍, ଧଳା ରାଶି, ଶୁଖିଲା ନଡିଆ କୋରା ପକାଇ ରୋଷ୍ଟ କରିବେ । ଏହାପରେ ତାକୁ ଥଣ୍ଡା ହେବାକୁ ଛାଡିବେ । ଏହାପରେ ଏହି ସମସ୍ତ ସାମଗ୍ରୀକୁ ଏକାଠି ମିଶାଇ ସେଥିରେ ଅଳ୍ପ ପାଣି ମିଶାଇ ଗ୍ରାଇଣ୍ଡିଂ କରିବେ । ଏହାପରେ ଗ୍ୟାସରେ ପୁଣି ପ୍ୟାନ ବସେଇ ତେଲ ପକାଇବେ । ତାପରେ ସେଥିରେ ଗୋଟା ବାଇଗଣକୁ ମଝିରୁ ଅଧା ଫାଳ କରି ତେଲରେ ପକାଇ ଫ୍ରାଏ କରି ଏକ ପାତ୍ରହକୁ କାଢିବେ । ଏହାପରେ ପୁଣି ସେହି ପ୍ୟାନରେ ତେଲ ପକାଇ ଗରମ କରିବେ । ତାପରେ ସେଥିରେ ସୋରିଷ ପକାଇ ଫୁଟାଇବେ । ଏହାପରେ ସେଥିରେ ଜିରା, କଂଚା ଲଙ୍କା, ଭ୍ରୁସଙ୍ଗ ପତ୍ର , କଟା ପିଆଜ ପକାଇ ଫ୍ରାଏ କରିବେ । ଦେଖିବେ ପିଆଜ ଗୋଲ୍ଡେନ କଲର ହେବାପରେ ସେଥିରେ ଶୁଖିଲା ଲଙ୍କା, ହିଙ୍ଗୁ ପକାଇ ଭଲଭାବେ ମିକ୍ସ କରିବେ । ତାପରେ ସେଥିରେ ଅଦା-ରସୁଣ ପେଷ୍ଟ ଏବଂ କଟା ଟମାଟୋ ପକାଇ ଭଲଭାବେ କଷିବେ । ଏହାପରେ ହଳଦୀ ପାଉଡର, ଜିରା ପାଉଡର, ଲଙ୍କା ପାଉଡର ଏବଂ ଲୁଣ ପକାଇ ଭଲଭାବେ ମିକ୍ସ କରିବେ । ଏହାପରେ ସେଥିରେ ଅଳ୍ପ ପାଣି ପକାଇ ସେଥିରେ ଗ୍ରାଇଣ୍ଡିଂ କରିଥିବା ପେଷ୍ଟ ପକାଇ ମିକ୍ସ କରିବେ । ତାପରେ ସେଥିରେ ଆବଶ୍ୟକ ଅନୁଯାୟୀ ପାଣି ପକାଇ ୬ ରୁ ୭ ମିନିଟ ଯାଏଁ ମିକ୍ସ କରିବେ । ଏହାପରେ ସେଥିରେ ଫ୍ରାଏ କରି ରଖିଥିବା ଗୋଟା ବାଇଗଣ ପକାଇ ମିକ୍ସ କରିବେ । ଏହାପରେ ସେଥିରେ ଦହି, ଅଳ୍ପ ତେନ୍ତୁଳୀ ପାଣି, ଧନିଆ ପତ୍ର ପକାଇ ଗୋଳାଇବେ । ତାପରେ ୫ ରୁ ୧୦ ମିନିଟ ପରେ ଗ୍ୟାସ୍ ବନ୍ଦ କରିବେ । ପ୍ରସ୍ତୁତ ହୋଇଗଲା ଗୋଟା ବାଇଗଣ ଗ୍ରେଭି । ଏବେ ଏହାର ମଜା ନେଇ ପାରିବେ ।