ଅଟା, ବାଇଗଣ, ତେଲ, ଘିଅ, ଲୁଣ, କସ୍ତୁରୀ ମେଥି, ପିଆଜ, ଧନିଆ ପତ୍ର, ଲଙ୍କା ପାଉଡର, ଜିରା ପାଉଡର, ଧନିଆ ପାଉଡର, କଂଚା ଲଙ୍କା, ଚିନି, ଲେମ୍ବୁ ରସ ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ଏକ ପାତ୍ରରେ ଅଟା ନେଇ ସେଥିରେ, କସ୍ତୁରୀ ମେଥି, ତେଲ, ଲୁଣ ଏବଂ ପାଣି ମିଶାଇ ଭଲଭାବେ ଚକଟି ୧୦ ରୁ ୧୫ ମିନିଟ ଯାଏଁ ରଖିବେ । ଏହାପରେ ଗ୍ୟାସ୍ରେ ପ୍ୟାନ ବସେଇ ତେଲ ପକାଇବେ । ତେଲ ଗରମ ହେବାପରେ ସେଥିରେ କଟା ପିଆଜ, କଚା କଂଚା ଲଙ୍କା ପକାଇ ଫ୍ରାଏ କରିବେ । ଏହାପରେ ସେଥିରେ ଧନିଆ ପାଉଡର, ଜିରା ପାଉଡର, ଲଙ୍କା ପାଉଡର ଏବଂ ଚିନି ପକାଇ ଭଲଭାବେ ମିକ୍ସ କରି ଏକ ପାତ୍ରକୁ କାଢି ରଖିବେ । ଏହାପରେ ସେଥିରେ ବାଇଗଣକୁ ଗ୍ରେଡ୍ କରି ପକାଇବେ । ତାପରେ ସେଥିରେ କଟା ଧନିଆ ପତ୍ର, ଲେମ୍ବୁ ରସ ପକାଇ ଭଲଭାବେ ମିକ୍ସ କରିବେ । ଏହାପରେ ଚକଟି ରଖିଥିବା ଅଟାକୁ ନେଇ ବେଲିବେ । ଏହାପରେ ତା ଭିତରେ ପ୍ରସ୍ତୁତ କରିଥିବା ମସଲା ପୁରାଇ ମୁହଁ ବନ୍ଦ କରି , ପୁଣି ବେଲିବେ । ଏହାପରେ ଗ୍ୟାସ୍ରେ ପ୍ୟାନ୍ ବସେଇ ଗରମ କରିବେ । ପ୍ୟାନ ଗରମ ହେବାପରେ ସେଥିରେ ବେଲିଥିବା ପରଟା ପକାଇ ଘିଅ ଲଗାଇ ସେକିବେ । ଦେଖିବେ ଉଭୟ ପାଖ ଗୋଲ୍ଡେନ କଲର ହେବାପରେ ଏକ ପାତ୍ରକୁ କାଢିବେ । ପ୍ରସ୍ତୁତ ହୋଇଗଲା ବାଇଗଣ ପରଟା । ଏବେ ଗରମ ଗରମ ଏହାକୁ ଦହି ଲଗାଇ ଖାଇ ପାରିବେ ।