ଆବଶ୍ୟକ ସାମଗ୍ରୀ-
କ୍ୟାପସିକମ୍, ପିଆଜ, ଦହି, ଟମାଟୋ, ଅଦା-ରସୁଣ ପେଷ୍ଟ, ସୋରିଷ ତେଲ, ଲୁଣ, ହଳଦୀ ପାଉଡର, ଧନିଆ ପାଉଡର, ଗୋଟା ଜିରା, ସୋରିଷ,ମେଥି, ପାନମଧୁରୀ, କାଶ୍ମୀର ଲଙ୍କା ପାଉଡର, ବେସନ, ପୋଦିନା ପତ୍ର ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ଦହିକୁ ଏକ ପାତ୍ରରେ କାଢି ଭଲଭାବେ ଫେଣ୍ଟିବେ । ଏହାପରେ ଦହିରେ ଧନିଆ ପାଉଡର ପକାଇ ଭଲଭାବେ ମିକ୍ସ କରିବେ । ତାପରେ ପିଆଜ ଓ କ୍ୟାପ୍ସିକମ୍କୁ ବଡ ବଡ ଖଣ୍ଡ କରି କାଟିବେ । ଏହାପରେ ଗ୍ୟାସ୍ରେ କଡେଇ ବସେଇ ସୋରିଷ ତେଲ ପକାଇବେ । ତେଲ ଗରମ ହେବାପରେ , ସେଥିରେ କଟା ହୋଇଥିବା ପିଆଜ ଏବଂ କ୍ୟାପ୍ସିକମ୍ ପକାଇ ହାଲ୍କା ଫ୍ରାଏ କରି ଏକ ପ୍ଲେଟକୁ କାଢି ରଖିବେ । ଏହାପରେ କଡେଇରେ ବଳିଥିବା ତେଲରେ ଗୋଟା ଜିରା ପକାଇବେ ତାପରେ ସେଥିରେ ସୋରିଷ ପକାଇ ଫୁଟାଇବେ । ଏହାପରେ ସେଥିରେ ଅଳ୍ପ ପାନମଧୁରୀ ଓ ଅଳ୍ପ ମେଥି ପକାଇବେ । ତାପରେ ସେଥିରେ ଛୋଟଛୋଟ କଟା ହୋଇଥିବା ପିଆଜ ପକାଇ ଭାଜିବେ । ଦେଖିବେ ପିଆଜ ଭାଜି ହୋଇ ଆସିଲେ, ସେଥିରେ ହଳଦୀ ପାଉଡର, କାଶ୍ମୀର ଲଙ୍କା ପାଉଡର, ଅଦା – ରସୁଣ ପେଷ୍ଟ ପକାଇ ଭଲଭାବେ କଷିବେ । ଏହାପରେ ସେଥିରେ ଛୋଟଛୋଟ କଟା ହୋଇଥିବା ଟମାଟୋ ଓ ଲୁଣ ପକାଇ ଭଲଭାବେ ମିକ୍ସ କରିବେ । ଏହାପରେ ସେଥିରେ ଅଳ୍ପ ବେସନ ପକାଇ ଭଲଭାବେ ମିକ୍ସ କରିବେ । ତାପରେ ସେଥିରେ ପ୍ରସ୍ତୁତ କରି ରଖିଥିବା ଦହି ପକାଇ ଗୋଳାଇବେ । ଏହାପରେ ସେଥିରେ ପାଣି ପକାଇ କିଛି ସମୟ ଫୁଟିବାକୁ ଛାଡିବେ । ଏହାପରେ ସେଥିରେ ହାଲ୍କା ଫ୍ରାଏ କରି ରଖିଥିବା କ୍ୟାପ୍ସିକମ୍ ଏବଂ ପିଆଜ ପକାଇ କିଛି ସମୟ ଘୋଡାଇ, ସିଝିବାକୁ ଛାଡିବେ । ଏହାପରେ ଘୋଡଣୀ କାଢି, ସେଥିରେ ପୋଦିନା ପତ୍ର ପକାଇ ଗ୍ୟାସ୍ ବନ୍ଦ କରିବେ । ପ୍ରସ୍ତୁତ ହୋଇଗଲା କ୍ୟାପ୍ସିକମ୍ ପିଆଜ ତରକାରୀ । ଏବେ ଗରମ ଗରମ ଏହାର ମଜା ନେଇ ପାରିବେ ।