ତେଲ, ଆଳୁ, ରସୁଣ, ଗାଜର, ପିଆଜ, ଲବଙ୍ଗ, ଗୋଲମରିଚ, ଲୁଣ, ଅଦା, ଟମାଟୋ ସସ୍, ଚିଲ୍ଲୀ ସସ୍, ଧନିଆ ପତ୍ର ।
ପ୍ରସ୍ତୁତି ପ୍ରଣାଳୀ –
ପ୍ରଥମେ ଆଳୁ ଓ ଗାଜରକୁ ଧୋଇ ତାର ଚୋପା ଛଡାଇ ରଖନ୍ତୁ । ଏହାପରେ ପିଆଜକୁ ଚୁନ୍ଚୁନ୍ କରି କାଟନ୍ତୁ, ରସୁଣର ଚୋପା ଛଡାଇ ପତଳା ପତଳା କରି କାଟନ୍ତୁ, ଲବଙ୍ଗକୁ ଗୁଣ୍ଡ କରି ରଖନ୍ତୁ , ଗୋଲମରିଚକୁ ଗୁଣ୍ଡ କରନ୍ତୁ ଓ ଧନିଆ ପତ୍ରକୁ କାଟି ରଖନ୍ତୁ । ଏହାପରେ ଆଳୁ ଓ ଗାଜକୁ ଛୋଟଛୋଟ ଖଣ୍ଡ କରି କରନ୍ତୁ । ଗ୍ୟାସରେ କଡେଇ ବସେଇ, ଅଳ୍ପ ତେଲ ପକାନ୍ତୁ ତେଲ ଗରମ ହେବା ପରେ, ସେଥିରେ କଟା ପିଆଜ, କଟା ରସୁଣ, କଟା ଅଦା ପକାଇ ଭାଜନ୍ତୁ । ଏହା ଭାଜିହେବା ପରେ ସେଥିରେ କଟା ହୋଇଥିବା ଆଳୁ ଓ ଗାଜରକୁ ପକାଇ ଭାଜନ୍ତୁ । ଭାଜି ହେବା ପରେ ସେଥିରେ ପାଣି ଢାଳି ସିଝିବାକୁ ଛାଡିଦିଅନ୍ତୁ । ଦେଖିବେ ଏହା ସିଝିବା ପରେ ସେଥିରେ ଲବଙ୍ଗ ଗୁଣ୍ଡ, ଗୋଲମରିଚ ଗୁଣ୍ଡ, ଲୁଣ ଓ କଟା ଧନିଆ ପତ୍ର ପକାଇ ଫୁଟିବାକୁ ଛାଡି ଦିଅନ୍ତୁ । ଦେଖିବେ ପାଣି ସହିତ ସବୁ ସାମଗ୍ରୀ ମିଶି ଆସିବା ସମୟରେ ଗ୍ୟାସ ବନ୍ଦ କରି ଏକ ପାତ୍ରକୁ ଢାଳନ୍ତୁ । ପ୍ରସ୍ତୁତ ହୋଇଗଲା ଗାଜର-ପଟାଟୋ ସୁପ୍ । ଗରମ ଗରମ ଏଥିରେ ଟମାଟୋ ସସ୍ ଓ ଚିଲ୍ଲୀ ସସ୍ ପକାଇ ଏହାର ମଜା ନିଅନ୍ତୁ ।