ଆବଶ୍ୟକ ସାମଗ୍ରୀ-
ବୋଇତାଳୁ, ଘିଅ, ଲୁଣ, ଲଙ୍କା ପାଉଡର, ହଳଦୀ ପାଉଡର, ଜିରା ପାଉଡର, ଧନିଆ, ଜିରା, ଧନିଆ ପତ୍ର, ଗରମ ମସଲା, ପିଆଜ, ଟମାଟୋ, ଅଦା, ରସୁଣ, କଂଚା ଲଙ୍କା ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ଗ୍ୟାସ୍ରେ କଡେଇ ବସେଇ ଘିଅ ପକାଇବେ । ଘିଅ ଗରମ ହେବାପରେ ସେଥିରେ ଜିରା,ଧନିଆ ପକାଇ ଫ୍ରାଏ କରିବେ । ଏହାପରେ ସେଥିରେ ଛୋଟଛୋଟ କଟା ହୋଇଥିବା ପିଆଜ ପକାଇ, ପିଆଜ ଗୋଲ୍ଡେନ୍ କଳର ହେବା ଯାଏଁ ଫ୍ରାଏ କରିବେ । ତାପରେ ସେଥିରେ ଅଦା-ରସୁଣ-କଂଚା ଲଙ୍କା ପେଷ୍ଟ ପକାଇ ମିକ୍ସ କରିବେ । ଏହାପରେ ସେଥିରେ କଟା ଟମାଟୋ ଏବଂ ଲୁଣ ପକାଇ ଟମାଟୋ ମେଲ୍ଟ ହେବା ଯାଏଁ ମିକ୍ସ କରିବେ । ଏହାପରେ ସେଥିରେ ଲଙ୍କା ପାଉଡର, ହଳଦୀ ପାଉଡର, ଜିରା ପାଉଡର ପକାଇ ଭଲଭାବେ ମିକ୍ସ କରିବେ । ଏହାପରେ ସେଥିରେ ଅଳ୍ପ ପାଣି ପକାଇ ମିକ୍ସ କରିବେ । ଏହାପରେ ସେଥିରେ ଛୋଟଛୋଟ କଟା ହୋଇଥିବା ବୋଇତାଳୁ ପକାଇ ସେଥିରେ ଆବଶ୍ୟକ ଅନୁଯାୟୀ ପାଣି ପକାଇ ମିକ୍ସ କରିବେ । ତାପରେ ବୋଇତାଳୁ ସିଝିବା ଯାଏଁ ଛାଡିବେ । ଦେଖିବେ ବୋଇତାଳୁ ସିଝିବା ପରେ ସେଥିରେ ଲୁଣ, ଗରମ ମସଲା ଏବଂ କଟା ଧନିଆ ପତ୍ର ପକାଇ ମିକ୍ସ କରିବେ । ଏହାପରେ ଗ୍ୟାସ୍ ବନ୍ଦ କରି ଏକ ପ୍ଲେଟକୁ କାଢିବେ । ପ୍ରସ୍ତୁତ ହୋଇଗଲା ଚଟ୍ପଟା ବୋଇତାଳୁ ମସଲା ।