ମସ୍ରୁମ୍, ଚିଜ୍, ବଟର, ଲୁଣ, ଧନିଆ ପତ୍ର, ରସୁଣ ପେଷ୍ଟ, ଚିଲ୍ଲୀ ଫ୍ଲେକ୍ସ, ବ୍ରେଡ୍, ମଇଦା, କ୍ଷୀର ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ମସ୍ରୁମ୍କୁ ଧୋଇ ଛୋଟଛୋଟ କାଟି ରଖିବେ । ଏହାପରେ ଆଉ ଏକ ପାତ୍ରରେ ବଟର, କଟା ଧନିଆ ପତ୍ର, ରସୁଣ ପେଷ୍ଟ, ଚିଲ୍ଲୀ ଫ୍ଲେକ୍ସ, ଲୁଣ ପକାଇ ଭଲଭାବେ ମିକ୍ସ କରିବେ । ଏହାପରେ ଏକ ବ୍ରେଡ୍ ନେଇ ତା ଉପରେ ପ୍ରସ୍ତୁତ କରିଥିବା ମିଶ୍ରଣକୁ ଲଗାଇବେ । ଏହାପରେ ଗ୍ୟାସ୍ରେ ତାୱା ବସେଇ ଏହି ବ୍ରେଡ୍କୁ ସେକିବେ । ତାପରେ ଗ୍ୟାସ୍ରେ ଆଉ ଏକ ପ୍ୟାନ୍ ବସେଇ ବଟର ପକାଇବେ । ବଟର ମେଲ୍ଟ ହେବାପରେ ସେଥିରେ ରସୁଣ ପେଷ୍ଟ ପକାଇ ୧ ମିନିଟ ଯାଏଁ ଭାଜିବେ । ଏହାପରେ ସେଥିରେ କଟା ମସ୍ରୁମ୍ ପକାଇ ୩ ରୁ ୪ ମିନିଟ ଯାଏଁ ଫ୍ରାଏ କରିବେ । ତାପରେ ସେଥିରେ ଅଳ୍ପ ମଇଦା ପକାଇ ମିକ୍ସ କରିବେ । ଏହାପରେ ସେଥିରେ କ୍ଷୀର ପକାଇ ବହଳିଆ ହେବା ଯାଏଁ ଗୋଳାଇବେ । ତାପରେ ସେଥିରେ ଲୁଣ ପକାଇ ଭଲଭାବେ ମିକ୍ସ କରିବେ । ଏହାପରେ ସେଥିରେ ଚିଜ୍ ପକାଇ , ଚିଜ୍ ମେଲ୍ଟ ହେବା ଯାଏଁ ମିକ୍ସ କରିବେ । ତାପରେ ଏହି ମସ୍ରୁମ୍ ମିଶ୍ରଣକୁ ନେଇ ଫ୍ରାଏ କରି ରଖିଥିବା ବ୍ରେଡ୍ ଉପରେ ରଖିବେ । ପ୍ରସ୍ତୁତ ହୋଇଗଲା ଚିଜ୍ ମସ୍ରୁମ୍ ସାଣ୍ଡୱିଚ୍ । ଏବେ ଏହାର ମଜା ନେଇ ପାରିବେ ।