କ୍ଷୀର, ଲେମ୍ବୁ, ଲୁଣ, ଚିନି, ଗୁଜୁରାତି ପାଉଡର, କାଜୁ, ପିସ୍ତାବାଦାମ, ଶାଳ ପତ୍ର ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ କ୍ଷୀରକୁ ଫୁଟାଇ ସେଥିରେ ଲେମ୍ବୁ ଚିପୁଡି, ଛେନା ଛିଡାଇବେ । ଛେନା ଛିଡିବା ପରେ, ଏହାକୁ ଏକ ସଫା କପଡାରେ ବାନ୍ଧି, ଏହାର ପାଣିକୁ ଚିପୁଡି ବାହାର କରିବେ । ଏହାପରେ ଏକ ବଡ ପାତ୍ରରେ ଛେନାକୁ ନେଇ ଭଲଭାବେ ଚକଟିବେ । ଏହାପରେ ସେଥିରେ ଚିନି ପକାଇ ଭଲଭାବେ ଚକଟି ମିକ୍ସ କରିବେ । ତାପରେ ସେଥିରେ, ଗୁଜୁରାତି ପାଉଡର ଛୋଟ ଛୋଟ କଟା ହୋଇଥିବା କାଜୁ, ପିସ୍ତାବାଦାମ, ସାମାନ୍ୟ ଲୁଣ ପକାଇ ଭଲଭାବେ ଗୋଳାଇବେ । ଏବେ ଏକ ସିଲଭର ପାତ୍ର ନେଇ ତା ଭିତରେ ଚାରି ପାଖରେ ଶାଳ ପତ୍ର ରଖିବେ । ଏହାପରେ ତା ଉପରେ ପ୍ରସ୍ତୁତ କରି ରଖିଥିବା ଛେନା ଚକଟା ରଖିବେ । ଏହାପରେ ଗ୍ୟାସରେ ଏକ ବଡ କଡେଇ ବସେଇବେ । ତାପରେ କଡେଇରେ ଲୁଣ ଢାଳିବେ । ଏହାପରେ ତା ଭିତରେ ଏକ ଷ୍ଟାଣ୍ଡ ରଖିବେ । ତାପରେ ସଜାଡି ରଖିଥିବା ଛେନା ପାତ୍ରକୁ ନେଇ ଷ୍ଟାଣ୍ଡ ଉପରେ ବସାଇବେ । ଏହାପରେ ଢାଙ୍କୁଡି ଘୋଡାଇବେ । ମଧ୍ୟମ ଆଂଚରେ ଏହାକୁ ୪୦ ରୁ ୪୫ ମିନିଟ ଯାଏଁ ବସାଇବେ । ଏହାପରେ ଗ୍ୟାସ୍ ବନ୍ଦ କରି ଛେନାପୋଡକୁ ଏକ ପାତ୍ରକୁ କାଢିବେ । ପ୍ରସ୍ତୁତ ହୋଇଗଲା ଛେନା ପୋଡ । ଏବେ ଏହାର ମଜା ନେଇ ପାରିବେ ।