ଆବଶ୍ୟକ ସାମଗ୍ରୀ-
ଚିକେନ୍, ଲୁଣ, ତେଲ, ଧନିଆ ପତ୍ର, ହଳଦୀ ପାଉଡର, ଧନିଆ ପାଉଡର, ଜିରା ପାଉଡର, ଅଦା, ରସୁଣ, ପିଆଜ, କଂଚା ଲଙ୍କା, କ୍ୟାପସିକମ୍, ଟମାଟୋ, ଚାଟ୍ ମସଲା, ଗରମ ମସଲା, କାଜୁ ପେଷ୍ଟ, ରେଡ୍ ଚିଲ୍ଲୀ ପେଷ୍ଟ, ଲେମ୍ବୁ ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ଚିକେନକୁ ଧୋଇ ରଖିବେ । ତାପରେ ଗ୍ୟାସ୍ରେ କଡେଇ ବସେଇ ତେଲ ପକାଇବେ । ତେଲ ଗରମ ହେବାପରେ ସେଥିରେ କଟା ରସୁଣ, କଂଚା ଲଙ୍କା ପକାଇ ଫ୍ରାଏ କରିବେ । ଏହାପରେ ସେଥିରେ କଟା ଅଦା, କଟା ପିଆଜ ଏବଂ ଲୁଣ ପକାଇ ପିଆଜ ଗୋଲ୍ଡେନ କଲର ହେବା ଯାଏଁ ଫ୍ରାଏ କରିବେ । ଏହାପରେ ସେଥିରେ କଟା ଟମାଟୋ, କଟା କ୍ୟାପ୍ସିକମ୍ ପକାଇ ମିକ୍ସ କରିବେ । ତାପରେ ସେଥିରେ ଜିରା ପାଉଡର, ହଳଦୀ ପାଉଡର, ଧନିଆ ପାଉଡର, ଚାଟ୍ ମସଲା, ଗରମ ମସଲା ପକାଇ ଭଲଭାବେ ମିକ୍ସ କରିବ । ଏହାପରେ ସେଥିରେ କାଜୁ ପେଷ୍ଟ, ରେଡ୍ ଚିଲ୍ଲୀ ପେଷ୍ଟ ପକାଇ ଭଲଭାବେ ମିକ୍ସ କରିବେ । ଏହାପରେ ସେଥିରେ ଚିକେନ୍ ପକାଇ ଗୋଳାଇବେ । ତାପରେ ସେଥିରେ ଆବଶ୍ୟକ ଅନୁଯାୟୀ ପାଣି ଢାଳି ଚିକେନ୍ ସିଝିବାକୁ ଛାଡିବେ । ଦେଖିବେ ଚିକେନ୍ ସିଝି ଆସିଲେ ସେଥିରେ ଲେମ୍ବୁ ରସ , କଟା ଧନିଆ ପତ୍ର ପକାଇ ମିକ୍ସ କରି ଗ୍ୟାସ୍ ବନ୍ଦ କରିବେ । ପ୍ରସ୍ତୁତ ହୋଇଗଲା ଚିକେନ୍ ଚଟ୍ପଟା । ଏବେ ଗରମ ଗରମ ଏହାର ମଜା ନେଇ ପାରିବେ ।