ଚିକେନ, ଚିନି, ଲବଙ୍ଗ, ଡାଲଚିନି, ତେଜପତ୍ର, ଗୋଲମରିଚ, ପିଆଜ, ରସୁଣ, ଅଦା, ହଳଦୀ ପାଉଡର, ଲଙ୍କା ପାଉଡର, ଧନିଆ ପାଉଡର, ଧନିଆ ପତ୍ର ପେଷ୍ଟ, ଧନିଆ ପତ୍ର, ଲୁଣ, ତେଲ, ଟମାଟୋ, ଚିକେନ ମସଲା, ଗରମ ମସଲା ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ଚିକେନକୁ ଭଲଭାବେ ଧୋଇ ,ସେଥିରେ ଲୁଣ, ହଳଦୀ ପାଉଡର, ସୋରିଷ ତେଲ, ଅଦା-ରସୁଣ ପେଷ୍ଟ ପକାଇ ଗୋଳାଇ ରଖିବେ । ତାପରେ ଗ୍ୟାସରେ କଡେଇ ବସେଇ ତେଲ ପକାଇବେ । ତେଲ ଗରମ ହେବାପରେ ସେଥିରେ ଅଳ୍ପ ଚିନି, ତେଜପତ୍ର, ଡାଲଚିନି, ଲବଙ୍ଗ, ଗୋଲମରିଚ ପକାଇ ଫୁଟାଇବେ । ଏହାପରେ ସେଥିରେ କଟା ପିଆଜ ପକାଇ ଭାଜିବେ । ପିଆଜ ଭାଜି ହେବା ପରେ ସେଥିରେ କଟା ଟମାଟୋ ପକାଇ ମିକ୍ସ କରିବେ । ଟମାଟୋ ମେଲ୍ଟ ହେବାପରେ ସେଥିରେ ଗୋଳାଇ ରଖିଥିବା ଚିକେନ ପକାଇ କଷିବେ । ଅଳ୍ପ ସମୟ ଏହା କଷିବା ପରେ, ସେଥିରେ ଲଙ୍କା ପାଉଡର, ଅଳ୍ପ ହଳଦୀ ପାଉଡର, ଧନିଆ ପାଉଡର, ଚିକେନ ମସଲା, ଧନିଆ ପତ୍ର ପେଷ୍ଟ ଏବଂ ଅଳ୍ପ ଲୁଣ ପକାଇ ଗୋଳାଇବେ । ଏହାପରେ ସେଥିରେ ଆବଶ୍ୟକ ଅନୁଯାୟୀ ପାଣି ଢାଳି ଚିକେନକୁ ସିଝିବାକୁ ଛାଡିବେ । ଚିକେନ ସିଝିବା ପରେ ସେଥିରେ କଟା ଧନିଆ ପତ୍ର, ଗରମ ମସଲା ପକାଇ ଗ୍ୟାସ୍ ବନ୍ଦ କରିବେ । ପ୍ରସ୍ତୁତ ହୋଇଗଲା ଚିକେନ ମଣିରତ୍ନ । ଏବେ ଏହାର ମଜା ନେଇ ପାରିବେ ।