ଚିକେନ୍, କର୍ଣ୍ଣଫ୍ଲୋର, ଅଣ୍ଡା, ଅଦା-ରସୁଣ ପେଷ୍ଟ, ଗୋଲମରିଚ ଗୁଣ୍ଡ, ଲଙ୍କାଗୁଣ୍ଡ, ଲୁଣ, ତେଲ , ଟମାଟୋ ପ୍ୟୁରି ।
ପ୍ରସ୍ତୁତି ପ୍ରଣାଳୀ –
ପ୍ରଥମେ ଚିକେନକୁ ଧୋଇ ଛୋଟ ଛୋଟ ଖଣ୍ଡ କରି ଲୁଣ ପକାଇ ସିଝାଇ ରଖନ୍ତୁ । ସିଝିଯିବା ପରେ ଏକ ପାତ୍ରକୁ କାଢି ରଖନ୍ତୁ । ଅନ୍ୟପଟେ ଆଉ ଏକ ପାତ୍ରରେ କଂଚାଅଣ୍ଡା, ଅଦା-ରସୁଣ ପେଷ୍ଟ, ଲଙ୍କାଗୁଣ୍ଡ, ଗୋଲ ମରିଚ ଗୁଣ୍ଡ, ଟମାଟୋ ପ୍ୟୁରି ପକାଇ ଭଲଭାବେ ମିକ୍ସ କରନ୍ତୁ । ଏପରି ୨ ରୁ ୩ ମିନିଟ ରଖନ୍ତୁ । ଆଉ ଏକ ପାତ୍ରରେ କର୍ଣ୍ଣଫ୍ଲୋରରେ ପାଣି ଗୋଳାଇ ରଖନ୍ତୁ । ଗ୍ୟାସରେ ପ୍ୟାନ ବସାଇ ତେଲ ପକାନ୍ତୁ ତେଲ ଗରମ ହେବା ପରେ ଚିକେନକୁ କାଢି ତାକୁ କର୍ଣ୍ଣଫ୍ଲୋରରେ ବୁଡାଇ ତେଲ ରେ ଫ୍ରାଏ କରନ୍ତୁ । ଏହା ଗୋଲ୍ଡେନ୍ କଲର ହେବାପରେ ଏକ ପ୍ଲେଟକୁ କାଢି ରଖନ୍ତୁ । ପ୍ରସ୍ତୁତ ହୋଇଗଲା ଚିକେନ୍ ପପ୍କର୍ଣ୍ଣ । ଗରମ ଗରମ ସସ୍ ସହିତ ଏହାର ମଜା ନେଇ ପାରିବେ ।