ଚିକେନ୍, ଲୁଣ, ଗୋଲମରିଚ ଗୁଣ୍ଡ, ଶୁଖିଲା ରସୁଣ ପାଉଡର, ଲଙ୍କା ପାଉଡର, ଚାଟ୍ ମସଲା , ସୋରିଷ ତେଲ, ପିଆଜ, ସେଓ, ପିଆଜ ଶଣ୍ଢା, କଂଚା ଲଙ୍କା, ଧନିଆ ପତ୍ର, ବନ୍ଧା କୋବି ପତ୍ର, ପିସ୍ତାବାଦାମ୍, କିସ୍ମିସ୍, କାଜୁ, ଦହି, ଲେମ୍ବୁ ରସ ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ଚିକେନକୁ ଧୋଇ ଅଳ୍ପ ସିଝାଇ ରଖିବେ । ଏହାପରେ ଏକ ପାତ୍ର ନେଇ ସେଥିରେ ଲୁଣ, ଗୋଲମରିଚ ଗୁଣ୍ଡ, ଶୁଖିଲା ରସୁଣ ପାଉଡର, ଲଙ୍କା ପାଉଡର, ଚାଟ୍ ମସଲା ଏବଂ ସୋରିଷ ତେଲ ପକାଇ ଭଲଭାବେ ମିକ୍ସ କରିବେ । ଏହାପରେ ଏହି ମିଶ୍ରଣରେ ସିଝା ଚିକେନ୍ ପକାଇ ଭଲଭାବେ ଗୋଳାଇବେ । ତାପରେ ଗ୍ୟାସ୍ରେ ପ୍ୟାନ୍ ବସେଇ ତେଲ ପକାଇବେ । ତେଲ ଗରମ ହେବାପରେ ସେଥିରେ ଚିକେନ୍ ପକାଇ ଫ୍ରାଏ କରିବେ । ଚିକେନ୍ ଫ୍ରାଏ ହେବାପରେ ଏକ ପାତ୍ରକୁ କାଢି ରଖିବେ । ଏହାପରେ ଫ୍ରାଏଡ୍ ଚିକେନକୁ ଛୋଟଛୋଟ କରି କାଟି ଏକ ପାତ୍ରରେ ରଖିବେ । ତାପରେ ସେଥିରେ କଟା ପିଆଜ, କଟା ସେଓ, କଟା ପିଆଜ ଶଣ୍ଢା, କଟା କଂଚା ଲଙ୍କା, କଟା ଧନିଆ ପତ୍ର, କଟା ବନ୍ଧା କୋବି ପତ୍ର, କଟା ପିସ୍ତାବାଦାମ୍, କିସ୍ମିସ୍, କାଜୁ ପକାଇ ଭଲଭାବେ ମିକ୍ସ କରିବେ । ତାପରେ ଆଉ ଏକ ପାତ୍ରରେ କିଛିି ଦହି ନେଇ , ସେଥିରେ ଗୋଲମରିଚ ପାଉଡର, ଲେମ୍ବୁ ରସ ପକାଇ ଭଲଭାବେ ମିକ୍ସ କରି ଚିକେନରେ ପକାଇ ଭଲଭାବେ ଗୋଳାଇବେ । ପ୍ରସ୍ତୁତ ହୋଇଗଲା ଚିକେନ୍ ସାଲାଡ୍ । ଏବେ ଏହାର ମଜା ନେଇ ପାରିବେ ।