ଚିକେନ, ଟମାଟୋ, ଧନିଆ ପତ୍ର, ଲୁଣ, ତେଲ, ହଳଦୀ ପାଉଡର, ଲଙ୍କା ପାଉଡର, ଗରମ ମସଲା, ରସୁଣ, ପିଆଜ, ଶୁଖିଲା ଲଙ୍କା ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ଚିକେନକୁ ଧୋଇ ରଖିବେ । ଏହାପରେ ଗ୍ୟାସରେ କଡେଇ ବସେଇ ତେଲ ପକାଇବେ । ତେଲ ଗରମ ହେବାପରେ ସେଥିରେ କଟା ପିଆଜ, କଟା ରସୁଣ ପକାଇ ଫ୍ରାଏ କରିବେ । ଏହାପରେ ତାକୁ ଏକ ପାତ୍ରକୁ କାଢି ସେଥିରେ ଧନିଆ ପତ୍ର, ଶୁଖିଲା ଲଙ୍କା ଏବଂ ଅଳ୍ପ ପାଣି ମିଶାଇ ଗ୍ରାଇଣ୍ଡିଂ କରିବେ । ତାପରେ ଗ୍ୟାସରେ ପୁଣି କଡେଇ ବସେଇ ତେଲ ପକାଇବେ । ତେଲ ଗରମ ହେବାପରେ ସେଥିରେ କଟା ପିଆଜ ପକାଇ ଭାଜିବେ । ଏହାପରେ ସେଥିରେ ଗ୍ରାଇଣ୍ଡିଂ କରି ରଖିଥିବା ମସଲା ପକାଇ କଷିବେ । ମସଲା ଭଲଭାବେ କଷି ହେବାପରେ ସେଥିରେ ହଳଦୀ ପାଉଡର , ଲଙ୍କା ପାଉଡର, ଗରମ ମସଲା ପକାଇ ମିକ୍ସ କରିବେ । ଏହାପରେ ସେଥିରେ ଧୋଇ ରଖିଥିବା ଚିକେନ ଏବଂ ଲୁଣ ପକାଇ ଗୋଳାଇବେ । ଏହାପରେ ସେଥିରେ ବଡ ବଡ କଟା ହୋଇଥିବା ଟମାଟୋ ପକାଇ,ଆବଶ୍ୟକ ଅନୁଯାୟୀ ପାଣି ଢାଳି ଚିକେନକୁ ସିଝିବାକୁ ଛାଡିବେ । ଚିକେନ ସିଝିବା ପରେ ଗ୍ୟାସ ବନ୍ଦ କରି , ତା ଉପରେ କିଛି ଧନିଆ ପତ୍ର ପକାଇବେ । ପ୍ରସ୍ତୁତ ହୋଇଗଲା ଚିକେନ ଟମାଟୋ ଝୋଳ । ଏବେ ଗରମ ଗରମ ଏହାର ମଜା ନେଇ ପାରିବେ ।