ଆବଶ୍ୟକ ସାମଗ୍ରୀ-
ଅଟା ଚକଟା, ରସୁଣ ଛେଚା, କଂଚା ଲଙ୍କା, ଧନିଆ ପତ୍ର, ଚିଲ୍ଲୀ ଫ୍ଲେକ୍ସ, ଲୁଣ, ଆମଚୁର୍ ପାଉଡର, ହଳଦୀ ପାଉଡର୍, ଗୋଲମରିଚ ଗୁଣ୍ଡ , ଘିଅ ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ଅଟାକୁ ଭଲଭାବେ ଚକଟି ଘୋଡାଇ କିଛି ସମୟ ରଖିବେ । ତାପରେ ଏକ ପାତ୍ରରେ ରସୁଣ ଛେଚା, କଟା କଂଚା ଲଙ୍କା, କଟା ଧନିଆ ପତ୍ର, ଚିଲ୍ଲୀ ଫ୍ଲେକ୍ସ, ଗୋଲମରିଚ ଗୁଣ୍ଡ, ଆମଚୁର୍ ପାଉଡର, ଲୁଣ, ହଳଦୀ ପାଉଡର ପକାଇ ଭଲଭାବେ ମିକ୍ସ କରି ରଖିବେ । ଏହାପରେ ଅଟା ଚକଟାକୁ ଆଣି ଗୋଳା ପ୍ରସ୍ତୁତ କରି ଗୋଲ୍ ଗୋଲ୍ ବେଲିବେ । ତାପରେ ରୋଟି ଭିତରେ ଘିଅ ଲଗାଇ ତା ଉପରେ ପ୍ରସ୍ତୁତ କରି ରଖିଥିବା ମସଲା ଦେଇ ଫୋଲ୍ଡ କରି ପୁଣି ବେଲିବେ । ଏହାପରେ ଗ୍ୟାସ୍ରେ ତାୱା ବସେଇବେ । ତାୱା ଗରମ ହେବାପରେ ପ୍ରସ୍ତୁତ କରି ରଖିଥିବା ପରଟାକୁ ପକାଇ ଘିଅ ଦେଇ ସେକିବେ । ଦେଖିବେ ଉଭୟ ପାଖ ଗୋଲ୍ଡେନ୍ କଲର ହେବାପରେ ଗ୍ୟାସ୍ ବନ୍ଦ କରି ଏକ ପ୍ଲେଟକୁ କାଢିବେ । ପ୍ରସ୍ତୁତ ହୋଇଗଲା ଚିଲ୍ଲୀ ଗାର୍ଲିକ୍ ପରଟା । ଏବେ ଗରମ ଗରମ ଏଥିରେ ଦହି କିମ୍ବା ସସ୍ ଲଗାଇ ଖାଇପାରିବେ ।