ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଏସିଡ ଆକ୍ରମଣ ପୀଡିତା ପ୍ରମୋଦିନୀ ରାଉଳ ....
ଆବଶ୍ୟକ ସାମଗ୍ରୀ-
ବ୍ରେଡ୍, ସୁଗାର ପାଉଡର, ଡ୍ରାଏ ଫ୍ରୁଟ୍ସ, ମଲାଇ, ଶୁଖିଲା ନଡିଆ କୋରା , କୋକୋ ପାଉଡର, ଘିଅ ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ କିଛି ବ୍ରେଡ୍ ନେଇ ଗ୍ରାଇଣ୍ଡିଂ କରିବେ । ଏହାପରେ ସେଥିରେ କୋକୋ ପାଉଡର, ଡ୍ରାଏ ଫ୍ରୁଟ୍ସ, ସୁଗାର ପାଉଡର, ମଲାଇ ମିକ୍ସ କରି ଭଲଭାବେ ଗୋଳାଇବେ । ଏହାପରେ ହାତ ପାପୁଲିରେ ଅଳ୍ପ ଘିଅ ଲଗାଇ, ଗୋଳାଇ ରଖିଥିବା ଏହି ମିଶ୍ରଣକୁ ହାତରେ ନେଇ ଲମ୍ବା ଲମ୍ବା ରୋଲ ପ୍ରସ୍ତୁତ କରିବେ । ଏହାପରେ ଆଉ ଏକ ପାତ୍ରରେ କିଛି ଶୁଖିଲା ନଡିଆ କୋରା ନେବେ । ତାପରେ ପ୍ରସ୍ତୁତ କରି ରଖିଥିବା ରୋଲ ନେଇ ଶୁଖିଲା ନଡିଆ କୋରାରେ ଲଗାଇବେ । ପ୍ରସ୍ତୁତ ହୋଇଗଲା ଚକୋଲେଟ ରୋଲ୍ । ଏବେ ଏହାର ମଜା ନେଇ ପାରିବେ । ଖାସ୍ କରି ଛୋଟ ପିଲାଙ୍କୁ ଏହି ଚକୋଲେଟ ରୋଲ ବେଶ ପସନ୍ଦ ଆସିଥାଏ ।