ନଡିଆ, ନଡିଆ ରସ, ନଡିଆ ପାଣି, କ୍ଷୀର, ମିଲ୍କମେଡ, ଗୁଡ, ଗୁଜୁରାତି ପାଉଡର, କାଜୁ,କେଶର ।
ପ୍ରସ୍ତୁତ ପ୍ରଣାଳୀ-
ପ୍ରଥମେ ଗ୍ୟାସରେ କଡେଇ ବସେଇ କ୍ଷୀର ଢାଳି ଫୁଟାଇବେ । ଏହାପରେ ଗ୍ୟାସରେ ଆଉ ଏକ କଡେଇ ବସେଇ ସେଥିରେ ପାଣି ଢାଳିବେ । ଏହାପରେ ସେଥିରେ ଗୁଡ ପକାଇ ମିକ୍ସ କରିବେ । ଏହାପରେ ଫୁଟୁଥିବା କ୍ଷୀରରେ ମିଲ୍କମେଡ ଏବଂ ଗୁଜୁରାତି ପାଉଡର ପକାଇ ମିକ୍ସ କରିବେ । ଏହାପରେ ଗ୍ୟାସ୍ ବନ୍ଦ କରିବେ । ତାପରେ ଚୋପା ଛଡା ନଡିଆ ଏବଂ ନଡିଆ ପାଣିକୁ ମିଶାଇ ଗ୍ରାଇଣ୍ଡିଂ କରିବେ । ତାପରେ ଫୁଟାଇ ରଖିଥିବା କ୍ଷୀରରେ ନଡିଆ ରସ ପକାଇ ଗୋଳାଇବେ । ଏହାପରେ ସେଥିରେ ଗ୍ରାଇଣ୍ଡିଂ କରିଥିବା ମିଶ୍ରଣ ପକାଇ ମିକ୍ସ କରିବେ । ଏହାପରେ ପ୍ରସ୍ତୁତ କରିଥିବା ଗୁଡ ଶିରାକୁ ସେଥିରେ ପକାଇ ମିଶାଇବେ । ଏହାପରେ ସେଥିରେ ନଡିଆ କୋରା, କାଜୁ ଏବଂ କେଶର ପକାଇ ମିକ୍ସ କରିବେ । ପ୍ରସ୍ତୁତ ହୋଇଗଲା ନଡିଆ ଖିରି । ଏବେ ଏହାର ମଜା ନେଇ ପାରିବେ ।