ଆବଶ୍ୟକ ସାମଗ୍ରୀ-
ମୁଗ ଡାଲି, ପାଚିଲା କାକୁଡି, ଘିଅ, ଗୋଲମରିଚ, କଂଚା ଲଙ୍କା, ପିଆଜ, ଭ୍ରୁସଙ୍ଗ ପତ୍ର, ହିଙ୍ଗୁ, ଲଙ୍କା ପାଉଡର, ହଳଦୀ ପାଉଡର, ଧନିଆ ପତ୍ର, ଲୁଣ, ସୋରିଷ ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ମୁଗ ଡାଲିକୁ ପାଣିରେ ଭିଜାଇ କିଛି ସମୟ ରଖିବେ । ତାପରେ ପାଚିଲା କାକୁଡିର ଚୋପା ଛଡେଇ ଛୋଟଛୋଟ ଖଣ୍ଡ କରି କାଟି ରଖିବେ । ଏହାପରେ ଗ୍ୟାସ୍ରେ କୁକର୍ ବସେଇ ଘିଅ ପକାଇବେ । ଘିଅ ଗରମ ହେବାପରେ ସେଥିରେ ଗୋଲମରିଚ, କଟା କଂଚା ଲଙ୍କା, ଛୋଟଛୋଟ କଟା ହୋଇଥିବା ପିଆଜ ପକାଇ ହାଲ୍କା ଫ୍ରାଏ କରିବେ । ଏହାପରେ ସେଥିରେ ଭ୍ରୁସଙ୍ଗ ପତ୍ର, ହିଙ୍ଗୁ ଏବଂ କାଟି ରଖିଥିବା କାକୁଡି ପକାଇ ୨ ରୁ ୩ ମିନିଟ ଯାଏଁ ମଧ୍ୟମ ଆଂଚରେ ମିକ୍ସ କରିବେ । ଏହାପରେ ସେଥିରେ ହଳଦୀ ପାଉଡର, ଲଙ୍କା ପାଉଡର, ପାଣିରେ ଭିଜା ହୋଇଥିବା ମୁଗ ଡାଲି ପକାଇ ଗୋଳାଇବେ । ଏହାପରେ ସେଥିରେ ଆବଶ୍ୟକ ଅନୁଯାୟୀ ପାଣି ଏବଂ ଲୁଣ ପକାଇ ଭଲଭାବେ ମିକ୍ସ କରିବେ । ତାପରେ ସେଥିରେ କଟା ଧନିଆ ପତ୍ର ପକାଇ କୁକର୍ ବନ୍ଦ କରି ୩ ରୁ ୪ ସିଟି ଲଗାଇ ଗ୍ୟାସ୍ ବନ୍ଦ କରିବେ । ଏହାପରେ କୁକର୍ ଘୋଡଣୀ କାଢି ସେଥିରେ ଆଉ ଅଳ୍ପ ଧନିଆ ପତ୍ର ପକାଇବେ । ଏହାପରେ ଗ୍ୟାସ୍ରେ ଏକ ପ୍ୟାନ୍ ବସେଇ ଘିଅ ପକାଇବେ । ଘିଅ ଗରମ ହେବାପରେ ସେଥିରେ ସୋରିଷ, ହିଙ୍ଗୁ, ଭ୍ରୁସଙ୍ଗ ପତ୍ର ପକାଇ ଫୁଟାଇ ଡାଲିରେ ପକାଇବେ । ପ୍ରସ୍ତୁତ ହୋଇଗଲା କାକୁଡି ଡାଲ୍ଫ୍ରାଏ । ଏବେ ଗରମ ଗରମ ଏହାକୁ ଭାତ କିମ୍ବା ରୋଟି ସହିତ ଖାଇପାରିବେ ।