ଗୋଟା ଜିରା, ବରଫ, ଚିନି, ଲୁଣ, କଳା ଲୁଣ, ପୁଦିନା ପତ୍ର, ଲେମ୍ବୁ ରସ ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ଗ୍ୟାସ୍ରେ ପ୍ୟାନ୍ ବସେଇ ସେଥିରେ ଗୋଟା ଜିରା ପକାଇ ଭାଜିବେ । ଜିରା ଭାଜି ହେବା ପରେ ସେଥିରେ ପାଣି ଢାଳିବେ । ଏହାପରେ ୨୦ ରୁ ୨୫ ମିନିଟ ଯାଏଁ ଏହାକୁ ଫୁଟିବାକୁ ଛାଡିବେ । ଏହା ଭଲଭାବେ ଫୁଟିଯିବା ପରେ ଗ୍ୟାସ୍ ବନ୍ଦ କରିବେ । ଏହାପରେ ଏହି ଜିରା ପାଣିକୁ ଥଣ୍ଡା ହେବାକୁ ଛାଡିବେ । ଏହା ଥଣ୍ଡା ହେବାପରେ , ପାଣି ସହ ଜିରାକୁ ଗ୍ରାଇଣ୍ଡିଂ କରିବେ । ଏହାପରେ ଏକ କାଚ ଗ୍ଲାସ୍ ନେଇ ସେଥିରେ ବରଫ ନେବେ । ତାପରେ ସେଥିରେ ଅଳ୍ପ ପ୍ରସ୍ତୁତ କରି ରଖିଥିବା ଜିରା ପାଣି ନେବେ । ଏହାପରେ ସେଥିରେ ଚିନି ପକାଇ ମିକ୍ସ କରିବେ । ଏହାପରେ ସେଥିରେ ଅଳ୍ପ ଲୁଣ, କଳା ଲୁଣ, ଲେମ୍ବୁ ରସ ଏବଂ ଅଳ୍ପ ସାଧା ପାଣି ପକାଇ ଭଲଭାବେ ମିକ୍ସ କରିବେ । ଏହାପରେ ସେଥିରେ ପୁଦିନା ପତ୍ର ପକାଇବେ । ପ୍ରସ୍ତୁତ ହୋଇଗଲା ଜିରା ପାଣି । ଏବେ ଏହାର ମଜା ନେଇ ପାରିବେ ।