କଫି, ଦହି, ଫ୍ରେଶ୍ କ୍ରୀମ୍, ମିଲ୍ମମେଡ୍, କାଜୁ, ପିସ୍ତାବାଦାମ୍, ଗରମ ପାଣି ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ଏକ ଗ୍ଲାସରେ କଫି ନେବେ । ତାପରେ ସେଥିରେ ଗରମ ପାଣି ଢାଳି ଭଲଭାବେ ଫେଣ୍ଟି ମିକ୍ସ କରିବେ । ଏହାପରେ ଆଉ ଏକ ପାତ୍ରରେ ଦହି ନେଇ ଗୋଳାଇବେ । ତାପରେ ସେଥିରେ ଫ୍ରେଶ୍ କ୍ରୀମ୍ ,ଅଳ୍ପ ମିଲ୍କମେଡ୍ ପକାଇ ଭଲଭାବେ ମିକ୍ସ କରିବେ । ଏହାପରେ ସେଥିରେ ଗୋଳାଇ ରଖିଥିବା କଫି ପକାଇ ୧୦ ରୁ ୧୫ ମିନିଟ୍ ଯାଏଁ ପୁଣି ଗୋଳାଇବେ । ଏହାପରେ କଫି ମଗ୍ ଆଣି ସେଥିରେ ଏହି ମିଶ୍ରଣକୁ ଢାଳିବେ । ଏହାପରେ ତା ଉପରେ କିଛି କଟା କାଜୁ, କଟା ପିସ୍ତାବାଦାମ୍ ପକାଇବେ । ପ୍ରସ୍ତୁତ ହୋଇଗଲା ଦହି କଫି । ଏବେ ଏହାର ମଜା ନେଇ ପାରିବେ ।