ମାଛ, ଦହି, ସୋରିଷ ତେଲ, ଟମାଟୋ ପ୍ୟୁରୀ, ଜିରା, କଂଚା ଲଙ୍କା, ଲେମ୍ବୁ ରସ, ହଳଦୀ ପାଉଡର, ଲଙ୍କା ପାଉଡର, ଧନିଆ ପାଉଡର, ଫିସ୍ ମସଲା, ଗରମ ମସଲା, ଭ୍ରୁସଙ୍ଗ ପତ୍ର, ଅଦା-ରସୁଣ ପେଷ୍ଟ, ଲୁଣ ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ମାଛକୁ ଧୋଇ ସେଥିରେ ଲୁଣ, ହଳଦୀ ପାଉଡର, ସୋରିଷ ତେଲ ଗୋଳାଇ ରଖିବେ । ୧୦ ମିନିଟ ପରେ ସେଥିରେ ଅଦା-ରସୁଣ ପେଷ୍ଟ, ଟମାଟୋ ପ୍ୟୁରୀ, ଲଙ୍କା ପାଉଡର, ଧନିଆ ପାଉଡର, ଫିସ୍ ମସଲା, ଗରମ ମସଲା ଏବଂ ଲେମ୍ବୁ ରସ ପକାଇ ଗୋଳାଇବେ । ତାପରେ ଗ୍ୟାସରେ କଡେଇ ବସେଇ ତେଲ ପକାଇବେ । ତେଲ ଗରମ ହେବାପରେ ମସଲା ଗୋଳା ମାଛକୁ ପକାଇ ଭାଜି ଏକ ପାତ୍ରକୁ କାଢିବେ । ଏହାପରେ ପୁଣି ଗ୍ୟାସରେ କଡେଇ ବସେଇ ତେଲ ପକାଇବେ । ତେଲ ଗରମ ହେବାପରେ ସେଥିରେ ଜିରା, କଟା କଂଚା ଲଙ୍କା, ଭ୍ରୁସଙ୍ଗ ପତ୍ର ପକାଇ ଫୁଟାଇବେ । ତାପରେ ସେଥିରେ ଭଜା ମାଛକୁ ପକାଇ ମିକ୍ସ କରିବେ । ତାପରେ ଗ୍ୟାସ୍ ବନ୍ଦ କରି ତା ଉପରେ ଦହି ପକାଇବେ । ପ୍ରସ୍ତୁତ ହୋଇଗଲା ଦହି ମାଛ ମସଲା । ଏବେ ଏହାର ମଜା ନେଇ ପାରିବେ ।