ଖାସି ମାଂସ, ଲୁଣ, ସୋରିଷ ତେଲ, ଲଙ୍କା ପାଉଡର, ହଳଦୀ ପାଉଡର, ଜିରା ପାଉଡର, ଭଜା ଧନିଆ, ଧନିଆ ପତ୍ର, ଅଦା, ରସୁଣ, ପିଆଜ, ଗରମ ମସଲା ପାଉଡର, ଦହି, ଲେମ୍ବୁ ରସ ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ଖାସି ମାଂସକୁ ଧୋଇ ସେଥିରେ ଅଦା-ରସୁଣ ପେଷ୍ଟ, ଲେମ୍ବୁ ରସ, ଲଙ୍କା ପାଉଡର, ହଳଦୀ ପାଉଡର, ସୋରିଷ ତେଲ, କଟା ପିଆଜ ,ଜିରା ପାଉଡର, ଭଜା ଧନିଆ ଓ ଦହି ପକାଇ ଭଲଭାବେ ଗୋଳାଇ ୨୦ ରୁ ୨୫ ମିନିଟ ଯାଏଁ ରଖିବେ । ତାପରେ ଚୁଲିରେ ମାଟି ହାଣ୍ଡି ବସାଇ, ସେଥିରେ ଅଳ୍ପ ତେଲ ପକାଇବେ । ତେଲ ଗରମ ହେବାପରେ ସେଥିରେ ଗୋଳାଇ ରଖିଥିବା ଖାସି ମାଂସକୁ ପକାଇବେ । କିଛି ସମୟ ଏହାକୁ ଗୋଳାଇବା ପରେ, ସେଥିରେ ଅଳ୍ପ ପାଣି ଢାଳି ଘୋଡଣୀ ଘୋଡାଇ ମାଂସକୁ ସିଝିବାକୁ ଛାଡିବେ । ଦେଖିବେ ମାଂସ ସିଝି ଆସିଲେ, ସେଥିରେ କଟା ଧନିଆ ପତ୍ର, ଗରମ ମସଲା ପାଉଡର ପକାଇ ଗୋଳାଇ, ଚୁଲିରୁ ହାଣ୍ଡିକୁ ଓହ୍ଲାଇବେ । ପ୍ରସ୍ତୁତ ହୋଇଗଲା ଦହି ମାଂସ ମସଲା । ଏବେ ଗରମ ଗରମ ଏହାର ମଜା ନେଇ ପାରିବେ ।