ସୋରିଷ ତେଲ, ଲୁଣ, ଲଙ୍କା ପାଉଡର, ହଳଦୀ ପାଉଡର, ଜିରା ପାଉଡର, ଧନିଆ ପାଉଡର, କସ୍ତୁରୀ ମେଥି, କଳା ଲୁଣ, ଗୋଲମରିଚ, ଜିରା, କଂଚା ଲଙ୍କା, ପନିର, ମଗଜ, କାଜୁ, ଦହି, ଅଦା, ଧନିଆ ପତ୍ର ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ଏକ ପାତ୍ରରେ ସୋରିଷ ତେଲ ନେଇ ସେଥିରେ ଲଙ୍କା ପାଉଡର, ହଳଦୀ ପାଉଡର, ଜିରା ପାଉଡର, ଧନିଆ ପାଉଡର, କଳା ଲୁଣ, କସ୍ତୁରୀ ମେଥି, ଲୁଣ ପକାଇ ଭଲଭାବେ ମିକ୍ସ କରିବେ । ତାପରେ ସେଥିରେ କଟା ପନିର ପକାଇ ଗୋଳାଇବେ । ଏହାପରେ ଗ୍ୟାସରେ ପ୍ୟାନ ବସେଇ ତେଲ ପକାଇବେ । ତେଲ ଗରମ ହେବାପରେ ସେଥିରେ ଗୋଳାଇ ରଖିଥିବା ପନିର ପକାଇ ଭାଜିବେ । ତାପରେ ଏହାକୁ ଏକ ପାତ୍ରରେ କାଢି ରଖିବେ । ତାପରେ ଗ୍ୟାସରେ କଡେଇ ବସେଇ ପାଣି ଢାଳିବେ । ପାଣି ଫୁଟି ଆସିଲେ ସେଥିରେ କାଜୁ, ମଗଜ ପକାଇ ପୁଣି କିଛି ସମୟ ଫୁଟାଇବେ ଏହାପରେ ସେଥିରୁ କାଜୁ ଓ ମଗଜକୁ ଛାଣି , ସେଥିରେ ଅଳ୍ପ ପାଣି ମିଶାଇ ଗ୍ରାଇଣ୍ଡିଂ କରିବେ । ଏହାପରେ ଆଉ ଏକ ବଡ ପାତ୍ର ନେଇ ସେଥିରେ, ଦହି ଏବଂ ଗ୍ରାଇଣ୍ଡିଂ କରିଥିବା କାଜୁ ପେଷ୍ଟ ପକାଇ ଭଲଭାବେ ମିକ୍ସ କରିବେ । ତାପରେ ସେଥିରେ ଧନିଆ ପାଉଡର, ହଳଦୀ ପାଉଡର, ଲଙ୍କା ପାଉଡର ପକାଇ ମିକ୍ସ କରିବେ । ଏହାପରେ ଗ୍ୟାସରେ ପ୍ୟାନ ବସେଇ ତେଲ ପକାଇବେ । ତେଲ ଗରମ ହେବାପରେ ସେଥିରେ ଜିରା, ଗୋଲମରିଚ, କଟା ଅଦା, କଟା କଂଚା ଲଙ୍କା ପକାଇ ଫ୍ରାଏ କରିବେ । ତାପରେ ସେଥିରେ ଗୋଳାଇ ରଖିଥିବା କାଜୁ, ଦହି ମିଶ୍ରଣ, ଲୁଣ ଓ ଅଳ୍ପ ପାଣି ଢାଳି ମିକ୍ସ କରିବେ । ଏହାପରେ ସେଥିରେ ଭାଜି ରଖିଥିବା ପନିର ପକାଇ ମିକ୍ସ କରି ଗ୍ୟାସ୍ ବନ୍ଦ କରିବେ । ଏହାପରେ ସେଥିରେ କିଛି କଟା ଧନିଆ ପତ୍ର ପକାଇବେ । ପ୍ରସ୍ତୁତ ହୋଇଗଲା ଦହି ପନିର । ଏବେ ଏହାର ମଜା ନେଇ ପାରିବେ ।