ସହାୟତା ଅପେକ୍ଷାରେ ଅକ୍ଷୟ ...
ଆବଶ୍ୟକ ସାମଗ୍ରୀ-
ପାଚିଲା ଆତ, ଭାନିଲା ଏସେନ୍ସ, ଚିନି, କ୍ଷୀର, କାଜୁ, ପିସ୍ତାବାଦାମ୍ ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ଗ୍ୟାସ୍ରେ କଡେଇ ବସେଇ କ୍ଷୀର ଢାଳି ଫୁଟାଇବେ । କ୍ଷୀର ଫୁଟୁଥିବା ସମୟରେ ପାଚିଲା ଆତର ଧଳା ଅଂଶ କାଢି ତାର ମଞ୍ଜି ବାହାର କରି ତାର ରସ ବାହାର କରିବେ । । ଏହାପରେ ଦେଖିବେ କ୍ଷୀର ଫୁଟିଫୁଟି ଅଧା ହୋଇ ଆସିଲେ ,ସେଥିରେ ଚିନି ପକାଇ ଗୋଳାଇବେ । ଏହାପରେ ସେଥିରେ ଅଳ୍ପ ଭାନିଲା ଏସେନ୍ସ ପକାଇ ମିକ୍ସ କରିବେ । ଏହାପରେ ସେଥିରେ ବାହାର କରି ରଖିଥିବା ଆତ ରସ ପକାଇ ଗୋଳାଇବେ । ତାପରେ ସେଥିରେ କଟା କାଜୁ, କଟା ପିସ୍ତାବାଦାମ୍ ପକାଇ ଗ୍ୟାସ୍ ବନ୍ଦ କରିବେ । ଏହାପରେ ଏକ ପାତ୍ରକୁ କାଢିବେ । ପ୍ରସ୍ତୁତ ହୋଇଗଲା ଆତ ସେକ୍ । ଏବେ ଏହା ଥଣ୍ଡା ହେବାପରେ ଏହାର ମଜା ନେଇ ପାରିବେ ।