କଖାରୁ, ବିରି ଡାଲି, ଦହି, ସୋରିଷ, କଂଚାଲଙ୍କା, ପାନମଧୁରୀ, ଭ୍ରୁସଙ୍ଗ ପତ୍ର , ଲୁଣ ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ କଖାରୁକୁ ଛୋଟଛୋଟ ଖଣ୍ଡ କରି କାଟି ରଖନ୍ତୁ । ଅନ୍ୟପଟେ ଗ୍ୟାସ୍ ଲଗାଇ ଏକ ପ୍ୟାନରେ ପାଣି ଫୁଟାନ୍ତୁ । ପାଣି ଫୁଟିବା ପରେ ସେଥିରେ କଟା ହୋଇଥିବା କଖାରୁ ଓ ଲୁଣ ପକାଇ ଭଲ ଭାବେ ମିଶାନ୍ତୁ । ଭଲଭାବେ ମିଶିଯିବା ପରେ ତାକୁ ଅଲଗା ରଖନ୍ତୁ । ଆଉ ଏକ ପ୍ୟାନରେ ତେଲ ପକାନ୍ତୁ । ତେଲ ଗରମ ହେବାପରେ ସେଥିରେ ବିରିଡାଲି,ପାନମଧୁରୀ ଓ ସୋରିଷ ପକାଇ ଅଳ୍ପ ଭାଜନ୍ତୁ । ଏହା ପରେ କଟା କଂଚାଲଙ୍କା ଓ ଭ୍ରୁସଙ୍ଗ ପତ୍ରକୁ ମିଶାଇ ରଖନ୍ତୁ । ଏଥିରେ ସିଝା ହୋଇଥିବା କଖାରୁକୁ ମିଶାଇ କିଛି ସମୟ ଘୋଡାଇ ଫୁଟିବାକୁ ଦିଅନ୍ତୁ । ଅଳ୍ପ ସମୟ ପରେ କାଢି ତାକୁ ଥଣ୍ଡା କରନ୍ତୁ । ଥଣ୍ଡା ହୋଇଯିବା ପରେ ସେଥିରେ ଦହି ମିଶାନ୍ତୁ । ପ୍ରସ୍ତୁତ ହୋଇଗଲା ଦହି କଖାରୁ ଚଟଣୀ । ଏହାକୁ ଭାତ କିମ୍ବା ପଲାଉ ସହିତ ଖାଇପାରିବେ ।