ସୁଜି,ଦହି, କଟା ପିଆଜ,କଂଚାଲଙ୍କା, ଭ୍ରୁସଙ୍ଗ ପତ୍ର, ଟମାଟୋ, ଲୁଣ,ତେଲ ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ କଡେଇରେ ତେଲ ଗରମ କରି ସେଥିରେ କଟା ପିଆଜ,କଂଚାଲଙ୍କା,ଭ୍ରୁସଙ୍ଗ ପତ୍ର ଓ ଲୁଣ ପକାଇ ଭାଜି ରଖନ୍ତୁ । ଅନ୍ୟପଟେ ଆଉ ପାତ୍ରରେ ଦହି,ସୁଜି, ଟମାଟୋ ପ୍ୟୁରି ଓ ସ୍ୱାଦ ଅନୁଯାୟୀ ଲୁଣ ପକାଇ ଗୋଳାଇ ରଖନ୍ତୁ । କିଛି ସମୟ ରଖିବା ପରେ ସେଥିରେ ଭଜା ମସଲା ପକାଇ ମିଶାନ୍ତୁ । ପୁଣି ଗ୍ୟାସରେ ତାୱା ବସାଇ ତେଲ ପକାନ୍ତୁ ତେଲ ଗରମ ହେବା ପରେ ଗୋଳା ହୋଇଥିବା ମିଶ୍ରଣକୁ ବେଶି ମୋଟା କିମ୍ବା ବେଶି ପତଳା ନକରି ମଧ୍ୟମ ଧରଣର ଢାଳନ୍ତୁ । ଅଳ୍ପ ସମୟ ପରେ ତାକୁ ଓଳଟାଇ ପୁଣି ଅଳ୍ପ ତେଲ ଦିଅନ୍ତୁ । ହେଇଯିବା ପରେ ପ୍ଲେଟକୁ କାଢି ଗରମ ଗରମ ସସ୍ ଲଗାଇ ଖାଆନ୍ତୁ ଦହି ସୁଜି ପିଠା ।