ଆବଶ୍ୟକ ସାମଗ୍ରୀ-
ଦହି, ଭ୍ରୁସଙ୍ଗ ପତ୍ର, ଧନିଆ ପତ୍ର, ରସୁଣ, ଲଙ୍କା ପାଉଡର, ହଳଦୀ ପାଉଡର, ଶୁଖିଲା ଲଙ୍କା, ଜିରା, ଲୁଣ, ତେଲ, ଧନିଆ ପାଉଡର, ଜିରା ପାଉଡର, ସୋରିଷ, ହିଙ୍ଗୁ ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ଦହିକୁ ଏକ ପାତ୍ରରେ ନେଇ ଭଲଭାବେ ଫେଣ୍ଟିବେ । ଏହାପରେ ସେଥିରେ ଲୁଣ ପକାଇ ଭଲଭାବେ ମିକ୍ସ କରିବେ । ତାପରେ ସେଥିରେ ଧନିଆ ପାଉଡର, ଜିରା ପାଉଡର, କଟା ଧନିଆ ପତ୍ର ପକାଇ ଭଲଭାବେ ମିକ୍ସ କରିବେ । ଏହାପରେ ଗ୍ୟାସ୍ରେ ପ୍ୟାନ୍ ବସେଇ ତେଲ ପକାଇବେ । ତେଲ ଗରମ ହେବାପରେ ସେଥିରେ ଜିରା, ସୋରିଷ, କଟା ରସୁଣ, ଶୁଖିଲା ଲଙ୍କା, ଭ୍ରୁସଙ୍ଗ ପତ୍ର ପକାଇ ଫ୍ରାଏ କରିବେ । ଏହାପରେ ସେଥିରେ ଅଳ୍ପ ହିଙ୍ଗୁ ପକାଇ ରସୁଣ ଗୋଲ୍ଡେନ୍ କଲର ହେବା ଯାଏଁ ଫ୍ରାଏ କରିବେ । ଏହାପରେ ସେଥିରେ ଲଙ୍କା ପାଉଡର, ସାମାନ୍ୟ ହଳଦୀ ପାଉଡର ପକାଇ ମିକ୍ସ କରି ଗ୍ୟାସ୍ ବନ୍ଦ କରିବେ । ଏହାପରେ ଏହି ତଡ୍କାକୁ ନେଇ ପ୍ରସ୍ତୁତ କରି ରଖିଥିବା ଦହିରେ ପକାଇ, ଭଲଭାବେ ମିକ୍ସ କରିବେ । ପ୍ରସ୍ତୁତ ହୋଇଗଲା ଦହି ତଡ୍କା । ଏବେ ରୋଟି ସହିତ ଏହାର ମଜା ନେଇ ପାରିବେ ।