ଆବଶ୍ୟକ ସାମଗ୍ରୀ-
ମୁଗ ଡାଲି, ହଳଦୀ ପାଉଡର, ହିଙ୍ଗୁ, ବଟର, ତେଲ, ଜିରା, ରସୁଣ, ଅଦା, ପିଆଜ, ଲୁଣ, ଟମାଟୋ, ଲଙ୍କା ପାଉଡର, ଧନିଆ ପାଉଡର, ଜିରା ପାଉଡର, ହଳଦୀ ପାଉଡର, ଲେମ୍ବୁ ରସ, ଗରମ ମସଲା, ଧନିଆ ପତ୍ର ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ଗ୍ୟାସ୍ରେ କୁକର ବସେଇ ସେଥିରେ ପାଣିରେ ଭିଜା ହୋଇଥିବା ମୁଗ ଡାଲି ପକାଇବେ । ଏହାପରେ ସେଥିରେ ହଳଦୀ ପାଉଡର, ହିଙ୍ଗୁ ପକାଇ ମିକ୍ସ କରି କୁକର୍ ବନ୍ଦ କରି ୩ ରୁ ୪ ଟି ସିଟି ଲଗାଇବେ । ଏହାପରେ ଗ୍ୟାସ୍ ବନ୍ଦ କରିବେ । ତାପରେ ଗ୍ୟାସ୍ରେ ପ୍ୟାନ୍ ବସେଇ ବଟର୍ ପକାଇବେ । ବଟର୍ ଗରମ ହେବାପରେ ସେଥିରେ ଅଳ୍ପ ତେଲ ପକାଇ ମିକ୍ସ କରିବେ । ଏହାପରେ ସେଥିରେ ଜିରା ପକାଇ ଫ୍ରାଏ କରିବେ । ଏହାପରେ ସେଥିରେ ରସୁଣ ଛେଚା, କଟା ଅଦା ପକାଇ ଫ୍ରାଏ କରିବେ । ତାପରେ ସେଥିରେ ଛୋଟଛୋଟ କଟା ହୋଇଥିବା ପିଆଜ ପକାଇ ଫ୍ରାଏ କରିବେ । ଦେଖିବେ ପିଆଜ ହାଲ୍କା ଫ୍ରାଏ ହୋଇ ଆସିଲେ, ସେଥିରେ କଟା ଟମାଟୋ ଏବଂ ଲୁଣ ପକାଇ ମିକ୍ସ କରିବେ । ଦେଖିବେ ଟମାଟୋ ମେଲ୍ଟ ହୋଇ ଆସିଲେ ସେଥିରେ ଲଙ୍କା ପାଉଡର, ଧନିଆ ପାଉଡର, ଜିରା ପାଉଡର, ହଳଦୀ ପାଉଡର ପକାଇ ଭଲଭାବେ ମିକ୍ସ କରିବେ । ଏହାପରେ କୁକର୍ରୁ ଡାଲି କାଢି, ଏଥିରେ ପକାଇ ଗୋଳାଇବେ । ତାପରେ ସେଥିରେ ଆବଶ୍ୟକ ଅନୁଯାୟୀ ପାଣି ପକାଇ ମିକ୍ସ କରିବେ । ଏହାପରେ ତା ଉପରେ ଗରମ ମସଲା , କଟା ଧନିଆ ପତ୍ର, ଲେମ୍ବୁ ରସ ପକାଇ ମିକ୍ସ କରି ଗ୍ୟାସ୍ ବନ୍ଦ କରିବେ । ପ୍ରସ୍ତୁତ ହୋଇଗଲା ଡାଲ୍ ମିଜାଜ୍ । ଏବେ ଗର୍ମାଗରମ୍ ଏହାର ମଜା ନେଇ ପାରିବେ ।