MANTABYA: ନିଯୁକ୍ତି ପଛରେ ହରିଲୁଟ !
ଆବଶ୍ୟକ ସାମଗ୍ରୀ-
ସାଗୁଦାନା, ଗାଜର, କ୍ୟାପ୍ସିକମ୍, ମସ୍ରୁମ୍, ବ୍ରୋକ୍ଲି, ସେଓ, ଲିଚୁ, କମଳା, ଟମାଟୋ, ପନିର୍, ପୁଦିନା ପତ୍ର, ଅଲିଭ୍ ଅଏଲ୍, କଳା ଲୁଣ, ଲେମ୍ବୁ ରସ ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ସାଗୁଦାନାକୁ ଭିଜାଇ ରଖିବେ । ତାପରେ ଗାଜର ଚୋପା ଛଡେଇ ଗ୍ରେଡ୍ କରି ରଖିବେ । ଏହାପରେ କ୍ୟାପ୍ସିକମ୍କୁ ଛୋଟଛୋଟ କାଟି ରଖିବେ । ତାପରେ ବ୍ରୋକ୍ଲିକୁ କାଟି ରଖିବେ । ଏହାପରେ ଏକ ବଡ ପାତ୍ର ନେଇ ସେଥିରେ ଗ୍ରେଡ୍ କରି ରଖିଥିବା ଗାଜର, କଟା ସେଓ, ଲିଚୁ, କମଳା, କଟା କ୍ୟାପସିକମ୍, ବ୍ରୋକଲି, କଟା ଟମାଟୋ, କଟା ମସ୍ରୁମ୍, କଟା ପନିର୍, ପୁଦିନା ପତ୍ର, ଅଲିଭ୍ ଅଏଲ୍ , ଭିଜା ସାଗୁଦାନା ଏବଂ କଳା ଳୁଣ ପକାଇ ଭଲଭାବେ ମିକ୍ସ କରିବେ । ଏହାପରେ ସେଥିରେ ଲେମ୍ବୁ ରସ ପକାଇ ମିକ୍ସ କରିବେ । ପ୍ରସ୍ତୁତ ହୋଇଗଲା ଦମ୍ଦାର୍ ସାଲାଡ୍ । ଏବେ ଏହାର ମଜା ନେଇ ପାରିବେ ।