ଆବଶ୍ୟକ ସାମଗ୍ରୀ-
ଚିକେନ, ଟମାଟୋ, ଡାଲଚିନି, ଲବଙ୍ଗ, ଗୁଜୁରାତି, ଲଙ୍କା ପାଉଡର, ଲୁଣ, ତେଲ, ବଟର, ଲେମ୍ବୁ ରସ, ଅଦା, ରସୁଣ, କଂଚା ଲଙ୍କା, ଦହି, ଗରମ ମସଲା, କସ୍ତୁରୀ ମେଥି, ମହୁ, ଧନିଆ ପତ୍ର ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ଟମାଟୋକୁ କାଟି ଗ୍ରାଇଣ୍ଡିଂ କରିବେ । ଏହାପରେ ଗ୍ୟାସ୍ରେ ପ୍ୟାନ୍ ବସେଇ ଟମାଟୋ ପ୍ୟୁରୀ ପକାଇ ଗୋଳାଇବେ । ଏହାପରେ ସେଥିରେ ଗୁଜୁରାତି, ଡାଲଚିନି, ଲବଙ୍ଗ, ଲୁଣ ଏବଂ ଲଙ୍କା ପାଉଡର ପକାଇ ଭଲଭାବେ ମିକ୍ସ କରିବେ । ଏହାପରେ ଚିକେନକୁ ଧୋଇ ଆଉ ଏକ ପାତ୍ରରେ ନେଇ ସେଥିରେ ଲେମ୍ବୁ ରସ , ଲୁଣ, ଲଙ୍କା ପାଉଡର ପକାଇ ଭଲଭାବେ ଗୋଳାଇ ଫ୍ରିଜରେ ରଖିବେ । ଏହାପରେ ଅଦା, ରସୁଣ, କଂଚା ଲଙ୍କାକୁ ଛୋଟଛୋଟ କରି କାଟି ଗ୍ୟାସ୍ରେ ବସିଥିବା ଟମାଟୋ ପ୍ୟୁରୀରେ ପକାଇ ମିକ୍ସ କରିବେ । ଏହାପରେ ପୁଣି ତାକୁ କିଛି ସମୟ ଫୁଟିବାକୁ ଛାଡିବେ । ଏହାପରେ ଆଉ ଏକ ପାତ୍ରରେ ଦହି, ଲୁଣ, ଲଙ୍କା ପାଉଡର, ଅଦା-ରସୁଣ ପେଷ୍ଟ, ଗରମ ମସଲା ପକାଇ ଭଲଭାବେ ମିକ୍ସ କରିବେ । ଏହାପରେ ଫ୍ରିଜରୁ ଚିକେନ କାଢି ଚିକେନକୁ ପ୍ରସ୍ତୁତ ହୋଇଥିବା ଦହିରେ ପକାଇ ସେଥିରେ ସୋରିଷ ତେଲ ପକାଇ ମିକ୍ସ କରି ୩ ରୁ ୪ ଘଂଟା ଯାଏଁ ଫ୍ରିଜ୍ରେ ରଖିବେ । ଏହାପରେ ଗ୍ୟାସ୍ରେ ବସିଥିବା ଟମାଟୋ ପ୍ୟୁରୀକୁ ପ୍ୟାନରୁ କାଢି ଏକ ଛଣା ସାହାଯ୍ୟରେ ଛାଣି ଏକ ପାତ୍ରରେ ରଖିବେ । ତାପରେ ଚିକେନକୁ ଫ୍ରିଜରୁ କାଢିବେ । ଏହାପରେ ଗ୍ୟାସ୍ରେ ପ୍ୟାନ୍ ବସେଇ ତେଲ ପକାଇବେ । ତେଲ ଗରମ ହେବାପରେ ସେଥିରେ ଚିକେନକୁ ପକାଇ ସିଝିବା ଯାଏଁ ଛାଡିବେ । ଚିକେନ୍ ସିଝିବା ପରେ ଗ୍ୟାସ୍ ବନ୍ଦ କରିବେ । ଏହାପରେ ଗ୍ୟାସ୍ରେ ଆଉ ଏକ ପ୍ୟାନ୍ ବସେଇ ସେଥିରେ ବଟର ଏବଂ ତେଲ ପକାଇବେ । ତେଲ ଗରମ ହେବାପରେ ସେଥିରେ ଅଳ୍ପ ଅଦା-ରସୁଣ ପେଷ୍ଟ ପକାଇ ମିକ୍ସ କରିବେ । ଏହାପରେ ସେଥିରେ ପ୍ରସ୍ତୁତ କରି ରଖିଥିବା ଟମାଟୋ ପ୍ୟୁରୀ ପକାଇ ଭଲଭାବେ ଫୁଟିବାକୁ ଛାଡିବେ । ଏହାପରେ ସେଥିରେ କସ୍ତୁରୀ ମେଥି, ମହୁ ପକାଇ କିଛି ସମୟ ଫୁଟିବାକୁ ଛାଡିବେ । ଏହାପରେ ସେଥିରେ କଟା ଧନିଆ ପତ୍ର ପକାଇ ମିକ୍ସ କରିବେ । ତାପରେ ଫ୍ରାଏ କରି ରଖିଥିବା ଚିନେକୁ ସେଥିରେ ପକାଇ ଗୋଳାଇବେ । ଏହାପରେ ସେଥିରେ ଗରମ ମସଲା ପକାଇ ଗ୍ୟାସ୍ ବନ୍ଦ କରିବେ । ପ୍ରସ୍ତୁତ ହୋଇଗଲା ଦିଲ୍ୱାଲା ଚିକେନ୍ । ଏବେ ଗରମ ଗରମ ରୋଟି କିମ୍ବା ପରଟା ସହିତ ଏହାର ମଜା ନେଇ ପାରିବେ ।