ଅଣ୍ଡା, ସୋୟା ସସ୍, ଚିଲ୍ଲୀ ସସ୍, ପିଆଜ ଶଣ୍ଢା, ତେଲ, ଲୁଣ, ପିଆଜ, କ୍ୟାପସିକମ୍, ଅଦା, ରେଡ୍ ଚିଲ୍ଲୀ, ଚିନି, ଭିନେଗାର୍ ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ କଂଚା ଅଣ୍ଡାକୁ ଫଟାଇ ଏକ ପାତ୍ରରେ ରଖିବେ । ଏହାପରେ ସେଥିରେ ସୋୟା ସସ୍, ଚିଲ୍ଲୀ ସସ୍, ଛୋଟଛୋଟ କଟା ହୋଇଥିବା ପିଆଜ ଶଣ୍ଢା, ଅଳ୍ପ ତେଲ ପକାଇ ଭଲଭାବେ ଫେଣ୍ଟିବେ । ଏହାପରେ ଗ୍ୟାସ୍ରେ ପ୍ୟାନ ବସେଇବେ । ପ୍ୟାନ ଗରମ ହେବାପରେ ସେଥିରେ ଅଣ୍ଡା ମିଣ୍ରଣକୁ ଢାଳି କମ୍ ଆଂଚରେ ଏହା ସିଝିବା ଯାଏଁ ଛାଡିବେ । ଦେଖିବେ ଅଣ୍ଡା ସିଝିଯିବା ପରେ ଏହାକୁ ଏକ ପ୍ଲେଟକୁ କାଢି ରଖିବେ । ଏହା ଥଣ୍ଡା ହେବାପରେ ତାକୁ ମନପସନ୍ଦର ସାଇଜରେ କାଟିବେ । ଏହାପରେ କ୍ୟାପସିକମ୍କୁ ଛୋଟଛୋଟ କାଟି ଏକ ପାତ୍ରରେ ରଖିବେ । ତା ପରେ ପିଆଜକୁ ଚିଲ୍ଲୀ ସାଇଜର କାଟି ଆଉ ଏକ ପାତ୍ରରେ ରଖିବେ । ଏହାପରେ ପୁଣି ଆଉ କିଛି ପିଆଜ ଶଣ୍ଢା, ଅଦାକୁ ଛୋଟଛୋଟ କାଟି ରଖିବେ । ଏହାପରେ ଆଉ ଏକ ପାତ୍ରରେ ଚିଲ୍ଲୀ ସସ୍, ସୋୟା ସସ୍, ଭିନେଗାର, ଚିନି ପକାଇ ଭଲଭାବେ ମିକ୍ସ କରିବେ । ଏହାପରେ ଗ୍ୟାସରେ ପ୍ୟାନ୍ ବସେଇ ତେଲ ପକାଇବେ । ତେଲ ଗରମ ହେବାପରେ ସେଥିରେ କଟା ଅଦା,ରେଡ୍ ଚିଲ୍ଲୀ ,କାଟି ରଖିଥିବା କ୍ୟାପସିକମ୍, ପିଆଜ ପକାଇ ହାଲ୍କା ଫ୍ରାଏ କରିବେ । ଏହାପରେ ସେଥିରେ କଟା ସିଝା ଅଣ୍ଡା ପକାଇ ମିକ୍ସ କରିବେ । ଏହାପରେ ସେଥିରେ ପ୍ରସ୍ତୁତ କରି ରଖିଥିବା ସସ୍ ଏବଂ ଲୁଣ ପକାଇ ମିକ୍ସ କରିବେ । ଏହାପରେ ସେଥିରେ କାଟି ରଖିଥିବା ପିଆଜ ଶଣ୍ଢା ପକାଇ ଗୋଳାଇବେ । ତାପରେ ତା ଉପରେ ଅଳ୍ପ ତେଲ ପକାଇ ଗ୍ୟାସ୍ ବନ୍ଦ କରିବେ । ପ୍ରସ୍ତୁତ ହୋଇଗଲା ଏଗ୍ ଚିଲ୍ଲୀ । ଏବେ ଏହାର ମଜା ନେଇପାରିବେ ।