ବିରି-ଚାଉଳ ପେଷ୍ଟ, ଅଣ୍ଡା, ପିଆଜ, ଗୋଲମରିଚ ଗୁଣ୍ଡ, ହଳଦୀ ପାଉଡର, ତେଲ, ଲୁଣ ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ଏକ ବଡ ପାତ୍ରରେ ବିରି ଚାଉଳ ପେଷ୍ଟରେ ଅଳ୍ପ ଲୁଣ ପକାଇ, ଆବଶ୍ୟକ ଅନୁଯାୟୀ ପାଣି ଢାଳି ତାର ଘୋଳ ପ୍ରସ୍ତୁତ କରିବେ । ମନେ ରଖିବେ ଏହି ଘୋଳକୁ ଅଧିକ ପତଳା କରିବେ ନାହିଁ । ଏହାପରେ ଆଉ ଏକ ପାତ୍ରରେ ଅଣ୍ଡାକୁ ଫଟାଇ ରଖିବେ । ଏହାପରେ ସେଥିରେ ଗୋଲମରିଚ ଗୁଣ୍ଡ, କଟା ପିଆଜ, ହଳଦୀ ପାଉଡର ପକାଇ ଭଲଭାବେ ଫେଣ୍ଟିବେ । ଏହାପରେ ଗ୍ୟାସ୍ରେ ତାୱା ବସେଇ କିଛି ସମୟ ଯାଏଁ ଗରମ ହେବାକୁ ଛାଡିଦେବେ । ଏହାପରେ ସେଥିରେ ତେଲ ପକାଇବେ । ତେଲ ଗରମ ହେବାପରେ , ସେଥିରେ ବିରି-ଚାଉଳରେ ପ୍ରସ୍ତୁତ ହୋଇଥିବା ଘୋଳ ପକାଇ ଗୋଳାଇବେ । ଏହାପରେ ଦେଖିବେ ଦୋସା ହେଇ ଆସିବା ସମୟରେ ତା ଉପରେ ପ୍ରସ୍ତୁତ କରି ରଖିଥିବା ଅଣ୍ଡା ପକାଇ ଚାରିଆଡେ ଖେଳାଇବେ । ଏହାପରେ କିଛି ସମୟ ପରେ ଦୋସାକୁ ଓଳଟାଇ ଅଳ୍ପ ତେଲ ପକାଇ ସେକିବେ । ତାପରେ ଗ୍ୟାସ୍ ବନ୍ଦ କରି ଏହାକୁ ଏକ ପ୍ଲେଟକୁ କାଢିବେ । ପ୍ରସ୍ତୁତ ହୋଇଗଲା ଅଣ୍ଡା ଦୋସା । ଏବେ ଗରମ ଗରମ ଏହାକୁ ନଡିଆ ଚଟଣୀ ଓ ସାମ୍ବର ଲଗାଇ ଖାଇପାରିବେ ।